Latest Odisha News

BREAKING NEWS

ଚୀନ: ଦୁଇ ବର୍ଷ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି !

ବେଜିଂ: ଦୁଇ ବର୍ଷ ପୂର୍ବେ ଚୀନରେ କରୋନାର ପ୍ରଥମ ଲହରରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେମାନେ ଆଜି ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ପାଖରେ ଥକାପଣ, ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସମସ୍ୟା ରହିଛି। ଏହି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ବିଷୟରେ ଉହାନରେ ଏକ ଅଧ୍ୟୟନ ହୋଇଛି ।

ଚାଇନାର ଉହାନ ହେଉଛି ସେହି ସହର ଯେଉଁଠୁ ସାରା ବିଶ୍ୱକୁ କରୋନା ସଂକ୍ରମିତ ହୋଇଛି। ଆମେରିକାର ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆକ୍ରାନ୍ତ ହୋଇଥିବା ରୋଗୀମାନେ ଡାକ୍ତରଖାନାରେ ରହି କରୋନାରୁ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଥିଲେ ମଧ୍ୟ ସେମାନେ ପରବର୍ତ୍ତୀ କୋଭିଡ ଲକ୍ଷଣର ସାମ୍ନା କରୁଛନ୍ତି।

ଦ ଲାନସେଣ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ କରୋନାର ପ୍ରଥମ ଲହରରେ ପୀଡିତ ଲୋକମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ସାଧାରଣ ଜନତାଙ୍କ ତୁଳନାରେ ସେମାନେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଅର୍ଥ ହେଉଛି ସେମାନେ ଅଧିକ ସ୍ୱାସ୍ଥ୍ୟ ସେବା ଆବଶ୍ୟକ କରୁଛନ୍ତି।  ସେଠାରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଗୋଟିଏରୁ ଅଧିକ ସମସ୍ୟା ଦ୍ୱାରା ଅସୁବିଧା ଭୋଗୁଛନ୍ତି। କିଛି ପିଲା ଏବଂ କିଶୋର ମଧ୍ୟ ଅଛନ୍ତି ଯେଉଁମାନେ ବିଭିନ୍ନ ଲକ୍ଷଣର ଶିକାର ହୋଇଛନ୍ତି। ତେଣୁ ମାନସିକ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ କାମର କ୍ଷମତା ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି।

ବେଜିଂରେ ଚୀନ୍-ଜାପାନ ଫ୍ରେଣ୍ଡସିପ୍ ହସ୍ପିଟାଲର ଡାକ୍ତରମାନେ ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ। ଚାଇନାରେ କରୋନାକୁ ନେଇ କଡା ପ୍ରତିବନ୍ଧକ ଲଗାଯାଇଛି। ଶୂନ ସହନଶୀଳତା ନୀତି ଅନୁଯାୟୀ ସାଂଘାଇ ସମେତ ଅନେକ ସହରରେ ଲକଡାଉନ୍ ଲାଗୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଉହାନର ଜିନ୍ ୟିନ୍ ଟେନ୍ ହସ୍ପିଟାଲରେ ବୈଜ୍ଞାନିକମାନେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା 1 ହଜାର 192 ଜଣଙ୍କ ଉପରେ ଏହି ଅଧ୍ୟୟନ କରିଛନ୍ତି। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କ ହାରାହାରି ବୟସ 57 ବର୍ଷ ଥିଲା। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ପୁରୁଷ ରୋଗୀ ଥିଲେ।

Leave A Reply

Your email address will not be published.