Latest Odisha News

୨୬ ବର୍ଷ ପରେ ପୁଣି ଓଲଟିଲା ଇତିହାସ ପୃଷ୍ଠା: ଜାଣନ୍ତୁ କାହାକୁ ଫଲୋ କରିଛନ୍ତି କେଜ୍ରିଓ୍ବାଲ…..

ନୂଆଦିଲ୍ଲୀ: ୨୬ ବର୍ଷ ପରେ ପୁଣି ଦିଲ୍ଲୀ ରାଜନୀତି ତାର ଇତିହାସ ପୃଷ୍ଠାକୁ ଓଲଟାଇଛି  । ଆମ୍ ଆଦମି ପାର୍ଟିର ରାଷ୍ଟ୍ରିୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ, ତାହା ପୁଣି ବିଧାନସଭାର ନିର୍ବାଚନର କିଛି ମାସ ପୂର୍ବରୁ, ମନେ ପକାଇଦେଇଛି ୨୬ ବର୍ଷର ସେ ପୁରୁଣା କାହାଣୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୬ମାସ ପରେ ଜେଲରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ୨ ଦିନ ପରେ ଇସ୍ତଫା ଦେବେ ବୋଲି ରବିବାର ଘୋଷଣା କରିଥିଲେ । ତେବେ ବିଧାନସଭା କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଦ୍ବିତୀୟ ଥର ପାଇଁ ଇସ୍ତଫା ଦେବା ଅରବିନ୍ଦ କେଜ୍ରିଓ୍ବାଲ । ପୂର୍ବରୁ ସେ ୨୦୧୪ରେ ୪୯ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ତାଙ୍କ ନାଁରେ ଜନଲୋକପାଲ ବିଧେୟକ ଆଣିବାର ମାମଲା ଆରମ୍ଭ ହୋଇଥିଲା ।

ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେବାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ହେବେ ଷଷ୍ଠତମ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ସର୍ବପ୍ରଥମେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚୌ. ବ୍ରହ୍ମା ପ୍ରକାଶ ୧୯୫୫ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ  ବିବାଦରେ ତାଙ୍କୁ ଇସ୍ତଫା ପତ୍ର ଦେବାକୁ ପଡିଥିଲା ।

ସେହିପରି ୧୯୯୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ମଦନ ଲାଲ ଖୁରାନାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା। ସେତେବେଳେ ମଦନ ଲାଲ ଖୁରାନା ଏବଂ ତତ୍କାଳୀନ ବିଜେପି ସଭାପତି ଲାଲ କୃଷ୍ଣ ଆଡଭାନୀ ଜୈନ ଡାଏରୀ ମାମଲା ବା ହାୱାଲା କାଣ୍ଡରେ ଜଡିତ ଥିବା ଅଭିଯୋଗ ଆସିବା ପରେ ବିରୋଧୀ ଏହି ପ୍ରସଙ୍ଗକୁ ଖୁବ୍ ତେଜିଥିଲେ । ଫଳରେ ତାଙ୍କୁ ଇସ୍ତଫା ପତ୍ର ଦେବାକୁ ପଡିଥିଲା ।

ଏହାପରେ ୧୯୯୮ରେ ସାହିବ ସିଂ ବର୍ମା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୧୯୯୮ ମସିହାରେ ତତ୍କାଳୀନ ଦିଲ୍ଲୀ ସରକାର ବି କିଛି ଏମିତି ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବତନ ଦିଲ୍ଲୀ ବିଜେପି ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମା ଦୁର୍ନୀତି ଅଭିଯୋଗରେ ବିଧାନସଭା ନିର୍ବାଚନର ପାଖାପାଖି ୨ ମାସ ପୂର୍ବରୁ ଇସ୍ତଫା ପତ୍ର ଦେଇ ମୁଖ୍ୟମନ୍ତ୍ରୀ ଗାଦି ଛାଡିଥିଲେ । ସେତେବେଳେ ଦିଲ୍ଲୀରେ ପିଆଜ ଦର ଆକାଶ ଛୁଇଁଥିଲା । ଯାହାକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରିଥିଲା । ବିଜେପି କଂଗ୍ରେସର ବିରୋଧ ଓ ପିଆଜ ଦର ଉପରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ସେତେବେଳେ ସାହିବ ସିଂଙ୍କୁ  ପଦରୁ ହଟାଇଦେଇଥିଲା ଏହାପରେ ସୁଷମା ସ୍ବରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଯିଏ ଥିଲେ ବିଜେପି ତଥା ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ଯିଏ ମାତ୍ର ୫୨ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଥିଲେ । କାରଣ ସେତେବେଳର ବିଧାନସଭା ନିର୍ବାଚନରେ ମାଡି କାମୁଡିଥିଲା ବିଜେପି ।

Comments are closed.