Latest Odisha News

୩ଦିନ ପରେ ଖୋଲିଲା ଶ୍ରୀମନ୍ଦିର, ଜଗା ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ୩ଦିନ ପରେ ଆଜିଠୁ ଆରମ୍ଭ ହେଲା ଜଗା ଦର୍ଶନ । ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି । ଏହି ଭିତରେ ରବିବାରରେ ଶ୍ରୀମନ୍ଦିର ସାନିଟାଇଜ୍ କରାଯାଇଛି ।

ନୂଆବର୍ଷରେ ଜଗା ଦର୍ଶନ ବନ୍ଦ ରହିଥିବାବେଳେ ଆଜି ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଏଥିପାଇଁ କଟକଣା କଡ଼ା କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛଇ । ଓମିକ୍ରନ ସଂକ୍ରମଣ ଆତଙ୍କ ଦେଖାଦେଇଛି । ଭକ୍ତମାନେ ବ୍ୟାରିକେଡ଼ ଭିତରେ ସାମାଜିକ ଦୂରତା, ମାସ୍କ ଓ କୋଭିଡ଼ର ସମସ୍ତ ନିୟମକୁ ମାନି ଦର୍ଶନ କରିବାକୁ ନିବେଦନ କରାଯାଇଛି ।

Leave A Reply

Your email address will not be published.