Latest Odisha News

BREAKING NEWS

ବରଗଡ଼ରୁ ଅପହୃତ ୯ ବର୍ଷର ନାବାଳକ ଉଦ୍ଧାର

ବରଗଡ଼: ଅପହରଣର ୫ ଘଣ୍ଟା ପରେ ନାବାଳକ ଉଦ୍ଧାର । ବରଗଡ଼ ସହରରୁ ଅପହୃତ ୯ ବର୍ଷର ନାବାଳକ ଘରକୁ ଫେରିଛି । ପୋଲିସର ନାକାବନ୍ଦୀ ଓ ତନାଘନା ପରେ ପିଲାଟିକୁ ଅପହର୍ତ୍ତା ଛାଡ଼ି ଦେଇଥିବା ଜଣାପଡ଼ିଛି । ଗତକାଲି ରାତିରେ ବରଗଡ଼ ହାଇସ୍କୁଲ ପାଖରୁ ପିଲାଟିକୁ ପାଇଥିଲେ ସ୍ଥାନୀୟ ଲୋକ । ଏନେଇ ତାଙ୍କ ପରିବାର ଲୋକ ଓ ପୋଲିସଙ୍କୁ ଖବର ଦିଆଯାଇଥିଲା ।

ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ସିମେଣ୍ଟନଗର କଲୋନୀରୁ ଗତକାଲି ସଂଧ୍ୟାରେ ତୃତୀୟ ଶ୍ରେଣୀର ଛାତ୍ରକୁ ଅପହରଣ କରାଯାଇଥିଲା । ସାଙ୍ଗଙ୍କ ସହ ଖେଳୁଥିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ରାସ୍ତା ଉପରୁ ପିଲାଟିକୁ ନେଇ ଦ୍ରୁତଗତିରେ ପଳାଇଥିଲେ । ଖବର ପାଇ ଟାଉନ୍ ଥାନା ପୋଲିସ୍ ଆରମ୍ଭ କରିଥିଲା ତନାଘନା ।

ନାବାଳକର ବାପା ଜମିଲ ଖାନ୍ ଏସିସି ସିମେଣ୍ଟ କାରଖାନାରେ ସିଏସ୍ଆର୍ ବିଭାଗର ମୁଖ୍ୟ ଅଛନ୍ତି । ଅପହରଣକାରୀଙ୍କ ଗୋଟିଏ ଚିଠି ଜମିଲ ଖାନଙ୍କ ଘରୁ ମିଳିଥିଲା । ଯେଉଁଥିରେ ଅପହରଣକାରୀ ଶିଶୁଟିକୁ ଛାଡ଼ି ଦେବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ୨-୩ ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ମିଳିଲେ ଶିଶୁଟିକୁ ଛାଡ଼ିଦେବେ ବୋଲି ଉଲ୍ଲେଖ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଅପହରଣର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.