କନ୍ଧମାଳ:କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ କରିଛି। ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି । ୪୬ ଦିନ ପରେ ୧୫୭ ନମ୍ବର ଜାତୀୟ ରାଜପଥରେ ଗଡ଼ିଲା ଗାଡ଼ି ।
ସୂଚନାଥାଉକି, ଘାଟିରେ ନିର୍ମାଣକାମ ପ୍ରାୟତଃ ଶେଷ ହୋଇଯାଇଛି । ବାଇକ୍ ଓ ହାଲୁକା ଯାନ ଚଳାଚଳକୁ ଅନୁମତି ମିଳିଛି । ଭାରିଯାନ ନିଷେଧ କରାଯାଇଛି । ଗାର୍ଡୱାଲ କାର୍ଯ୍ୟ ସରିଲେ ଯାତ୍ରୀବାହୀ ବସ୍ ଏବଂ ମାଲ୍ ଗାଡ଼ି ଯାତାୟତ ନିମନ୍ତେ ଅନୁମତି ମିଳିବ।
ସୂଚନାଥାଉକି,କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ଠାରେ ଗତ ସେପ୍ଟେମ୍ବର ୧୬ ତାରିଖ ଅପରାହ୍ଣରେ ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହୋଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍, ଟ୍ରକ୍ ଓ କାର ଅଟକି ରହିଥିଲା। ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଭୂସ୍ଖଳନ ଯୋଗୁଁ ୩ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଯାନବାହନ ଚଳାଚଳ ଅଟକି ଯାଇଥିଲା।
Comments are closed.