Latest Odisha News

BREAKING NEWS

୮୦୦ ବର୍ଷ ପରେ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ, ଦେଖିବାକୁ ଭୀଡ ଜମୁଛି

ନୂଆଦିଲ୍ଲୀ: ୟୁରୋପର ଆଇସଲାଣ୍ଡରେ ୮୦୦ ବର୍ଷ ପରେ ଏକ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଛି । ୧୧୫୦ ଡିଗ୍ରୀ ସେଲସିୟର ତାପମାତ୍ରାର ଲାଭା ଉଦଗୀରଣକୁ ଦେଖିବା ପାଇଁ ସେଠାରେ ଭୀଡ ଜମିବାରେ ଲାଗିଛି । ୧୯ ମାର୍ଚ୍ଚରେ ଲାଭା ବାହାରିଥିଲା, ସେବେଠାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସେଠାକୁ ଯାଇ ସାରିଲେଣି । କିଏ ଭଲିବଲ ଖେଳୁଛି ତ କିଏ ସାଇକ୍ଲିଂ କରୁଛି । ୪ କିମି ବ୍ୟାପି ଟ୍ରାଫିକଜାମ ପ୍ରଶାସକଙ୍କୁ ଚିନ୍ତାରେ ପକାଇ ଦେଲାଣି । ବାରମ୍ବାର ସତର୍କତା ସୂଚନା ଜାରୀ କରାଯାଉଥିଲେ ମଧ୍ୟ ପର୍ଯ୍ୟଟକ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ।

ଅବଶ୍ୟ ଜନବସତିଠାରୁ ବହୂ ଦୂରରେ ଏହି ଉଦଗୀରଣ ହେଇଛି । ସେଲ୍ଫି ନେବା ଚକ୍କରରେ ପର୍ଯ୍ୟଟକମାନେ ଏହାର ଅତି ନିକଟକୁ ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ ରଖିଛନ୍ତି । ଜଣେ ପର୍ଯ୍ୟଟକଙ୍କ ମତରେ ଏ ଭଳି ରୋମାଂଚ ବୋଧହୂଏ ମୁଁ ମୋ ଜୀବନକାଳ ମଧ୍ୟରେ ପାଇବି ନାହିଁ । ଏହାକୁ ସ୍ମୃତି କରିବା ସାଇତି ରଖିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.