Latest Odisha News

ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦିଆଯିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକା । ଏହି ବୟସ ଶ୍ରେଣୀରେ ଆସୁଥିବା ହାଇରିସ୍କ ଗ୍ରୁପ ବା ଯେଉଁମାନେ ସୁପରସ୍ପ୍ରେଡର ହେବାର ଆଶଙ୍କା ରହିଛି, ସେମାନଙ୍କୁ କରୋନା ଟିକା ପ୍ରଦାନରେ ଅଗ୍ରାଧିକାର ଦିଆଯିବ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଏ ନେଇ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।

ଯେଉଁ ବର୍ଗର ଲୋକମାନଙ୍କୁ ହାଇ ରିସ୍କ ଗ୍ରୁପରେ ରଖାଯାଇଛି ସେମାନେ ହେଲେ, ରାସ୍ତାକଡ଼ ବ୍ୟବସାୟୀ, ମାଛ ମାଂସ ଦୋକାନୀ, ଅଟୋ ଓ ବସ ଡ୍ରାଇଭର, ସ୍କୁଲ କଲେଜର ଶିକ୍ଷକ, ସେଲୁନ୍, ସିକ୍ୟୁରିଟି ଗାର୍ଡ, ହୋଟେଲ କର୍ମଚାରୀ, ଧର୍ମାନୁଷ୍ଠାନର ପୂଜାରୀ । ଏମାନେ ପ୍ରତିଦିନ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ଏହି ବର୍ଗର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପ୍ରିଲ ପହିଲାରୁ ୪୫ବର୍ଷ ବୟସରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଦୈନିକ ୧ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ, ଏପ୍ରିଲ ପହିଲାରୁ ରାଜ୍ୟବ୍ୟାପୀ ଦୈନିକ ୨ଲକ୍ଷ ଲୋକଙ୍କୁ ଟୀକା ପ୍ରଦାନ କରାଯିବ ।

Leave A Reply

Your email address will not be published.