Latest Odisha News

BREAKING NEWS

କାହିଁକି ଭୟଭୀତ ଆଲିଆଙ୍କ ମା’?

ମୁମ୍ବାଇ: କରୋନା ମାମଲାରେ ବୃଦ୍ଧି ଘଟିଥିବା ବେଳେ ବଲିଉଡ୍‌ ଚଳଚ୍ଚିତ୍ର ଗଜତରେ ଏବେ କରୋନାର ପ୍ରକୋପ ଜାରି ରହିଛି। ଅନେକ ବଲିଉଡ୍‌ ସେଲିବ୍ରିଟି ଏବେ କରୋନାର ଶିକାର ହେଉଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଆଲିଆ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ମା ସୋନି ରଜଦାନ ଭୟଭୀତ ହୋଇପଡିଛନ୍ତି।

ଅଭିନେତ୍ରୀ ଟ୍ୱିଟରରେ ଏକ ପୋଷ୍ଟ ଲେଖିଛନ୍ତି ଯେଉଁଠାରେ ସେ କହିଛନ୍ତି ଯେ ଏହି ଭୂତାଣୁ ବିସ୍ତାରରୁ ନିଜକୁ କିପରି ରକ୍ଷା କରାଯାଇପାରିବ ତାହା ଜାଣିବା କଷ୍ଟକର ହୋଇପଡୁଛି। “ଏହା କୌଣସି ସାଧାରଣ ତରଙ୍ଗ ନୁହେଁ…। ଏହା ସବୁଠାରେ ଅଛି। ଆମ ଘରେ, ଆମ କେଶରେ। ମୁଁ ଟିକେ ଭୟଭୀତ ହେଉଛି।

Leave A Reply

Your email address will not be published.