Latest Odisha News

BREAKING NEWS

ଛତିଶଗଡ ବିଜାପୁରରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ; ୫ ଆହତ

ଛତିଶଗଡ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ମୁତାବକ ବିଜାପୁର ଜିଲ୍ଲାର ସିଲେଗୁର ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ୍‌ କରି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫ ର ଯବାନ ମାନେ ମିଳିତ ଭାବେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ।

BjdElectrycity

ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ପ୍ରାଥମିକ ସୂଚନା ମୁତାବକ ଡିଆରଜିର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ଜଣାପଡିଛି ।

ବର୍ତ୍ତମାନ ସୁଧା ଛତିଶଗଡ଼ର ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଏ ନେଇ କୌଣସି ମଧ୍ୟ ବିବୃତି ପ୍ରଦାନ କରି ନାହାନ୍ତି।

୩ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସିଲେଗୁର ଜଙ୍ଗଲରେ ଏନକାଉଣ୍ଟର ଚାଲିଛି କିନ୍ତୁ ବର୍ତମାନ ସୁଦ୍ଧା ମଧ୍ୟ ଯବାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଉଥିବା ବେଳେ ତାହା ବିଫଳ ହୋଇଥିବା ନେଇ ସୂଚନା ଦେଲେ ବିଜାପୁର ଏସପି କମୋଲ ଲୋଚନ କାଶ୍ୟପ।

Leave A Reply

Your email address will not be published.