Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରେ ଷ୍ଟାଲିନଙ୍କ ଅପିଲ୍, ସମୟ ଆସିଛି ୧୬ ସନ୍ତାନ ଜନ୍ମ କର

ଚେନ୍ନାଇ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଧିକ ସନ୍ତାନ ଜନ୍ମ ଉପରେ ଗୁରୁତ୍ବାରୋପ କରିଛନ୍ତି।

୧୬ରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲୋକଙ୍କୁ ନିବେଦନ କରିଛନ୍ତି। ଚେନ୍ନାଇରେ ଏକ ଗଣ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ ଯେ ବର୍ତ୍ତମାନ ସମୟ ଆସିଛି ନବ ବିବାହିତ ଦମ୍ପତିମାନେ ୧୬-୧୬ ଲେଖାଏଁ ସନ୍ତାନ ଜନ୍ମ କରିବା ଉଚିତ୍।

ଅଧିକ ପଢନ୍ତୁ- ଅଧିକ ଶିଶୁ ଜନ୍ମ କର; ଜନତାଙ୍କୁ କାହିଁକି ଏଭଳି ଅପିଲ୍ କଲେ ଚନ୍ଦ୍ରବାବୁ ନାଇଡୁ

ପୂର୍ବରୁ ବୟସ୍କମାନେ ୧୬ ସମ୍ପତ୍ତି ପାଇବା ପାଇଁ ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ କରୁଥିଲେ। ବୋଧହୁଏ ବର୍ତ୍ତମାନ ସମୟ ହେଉଛି ୧୬ ପ୍ରକାରର ସମ୍ପତ୍ତି ପରିବର୍ତ୍ତେ ୧୬ସନ୍ତାନ ପ୍ରାପ୍ତି। ଯେତେବେଳେ ଗୁରୁଜନମାନେ କହୁଥିଲେ ଯେ ତୁମର ୧୬ ସନ୍ତାନ ହେବା ଉଚିତ ଏବଂ ସମୃଦ୍ଧ ଜୀବନଯାପନ କରିବା ଉଚିତ।

ତେବେ ଏହାର ଅର୍ଥ ୧୬ପିଲା ନୁହେଁ ବରଂ ୧୬ ପ୍ରକାରର ସମ୍ପତ୍ତି ଥିଲା। ଯାହା ଲେଖକ ବିଶ୍ୱନାଥନ ତାଙ୍କ ପୁସ୍ତକରେ ବର୍ଣନା କରିଛନ୍ତି।ଯେଉଁଥିରେ ଗାଈ, ଘର, ପତ୍ନୀ, ପିଲାମାନେ, ଶିକ୍ଷା, ଜିଜ୍ଞାସା, ଜ୍ଞାନ, ଅନୁଶାସନ, ଜମି, ଜଳ, ବୟସ, ଯାନ, ସୁନା, ସମ୍ପତ୍ତି, ଫସଲ ଏବଂ ପ୍ରଶଂସା ରହିଥିଲା। କିନ୍ତୁ ବର୍ତ୍ତମାନ ୧୬ ପ୍ରକାରର ସମ୍ପତ୍ତି ପାଇବାକୁ କେହି ଆପଣଙ୍କୁ ଆଶୀର୍ବାଦ ଦେଉ ନାହାଁନ୍ତି, ବରଂ ପର୍ଯ୍ୟାପ୍ତ ସନ୍ତାନ ଜନ୍ମ କରିବାକୁ ଏବଂ ସମୃଦ୍ଧ ଜୀବନଯାପନ ପାଇଁ ଆଶୀର୍ବାଦ କରୁଛନ୍ତି।’

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକମାନେ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ଉଚିତ୍। ଏହି ଅଞ୍ଚଳରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା ଆଗାମୀ ଦିନରେ ବିପରୀତ ପ୍ରଭାବ ପକାଇପାରେ। ତାଙ୍କ ସରକାର ଦୁଇରୁ ଅଧିକ ସନ୍ତାନ ଥିବା ପରିବାରକୁ ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛନ୍ତି। ଏପରିକି ଏକ ନୂତନ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଯଦି ଏହି ଆଇନ ଆସେ ତେବେ ଦୁଇରୁ ଅଧିକ ପିଲା ଥିବା ଲୋକମାନେ ମଧ୍ଯ ଆନ୍ଧ୍ରପ୍ରଦେଶରେ ଲୋକାଲ୍ ବଡି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।

 

 

Leave A Reply

Your email address will not be published.