Latest Odisha News

ବଲ୍ଲେ ବଲ୍ଲେ ଢ଼ାବା ଓ ଲଜକୁ ସିଲ୍ ପରେ ଆଜି ଖାଲି ହେଉଛି ଢାବା

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ୍ କରିବା ନିର୍ଦ୍ଦେଶ ପରେ ଢ଼ାବା କୁ ଖାଲି କରାଯାଉଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଗତକାଲି ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ ।

ଏହାପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି । ଯାଜପୁର ଜିଲ୍ଲା ନେଉଳପୁର ଠାରେ ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ବଲ୍ଲେ ବଲ୍ଲେ ଢ଼ାବାକୁ ବନ୍ଦ କରିବା ପାଇଁ ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ । ଧର୍ମଶାଳା ବ୍ଲକ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ କର୍ମଚାରୀ ମାନେ ସେଠାରେ ପହଂଚି ତିନିଦିନ ମଧ୍ୟରେ ଢ଼ାବା ବନ୍ଦ କରିବାକୁ ଲଟକା ଲଗାଇଛନ୍ତି ।

ଢ଼ାବାଟି ବେଆଇନ ଭାବେ ଚାଲୁଥିବା ନେଇ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା । ମାତ୍ର ଏବେ ଢ଼ାବାଟି ବନ୍ଦ ରହିଥିବାରୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପାଇଁ କେବଳ ଲଟକା ଜାରି କରାଯାଇଛି । କିଏ କେଉଁ ଉଦେଶ୍ୟରେ ଏହି ଢ଼ାବାଟି ଚଳାଉ ଥିଲେ ସେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ଜାରିରହିଛି ।

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା । ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା । ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍ ।

Leave A Reply

Your email address will not be published.