Latest Odisha News

BREAKING NEWS

ପୁଣି ଗର୍ଜିଲେ ନଓ୍ବାବ ମଲ୍ଲିକ, କହିଲେ ପ୍ରିପ୍ଲାନ ଅନୁସାରେ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ତୁଟୁନି ବିବାଦ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିବା ପରେ ବି ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ପୂର୍ବରୁ ଅନେକ ଥର ଏନସିବିକୁ ଟାର୍ଗେଟ କରିଥିବା ବେଳେ ଆଜି ପୁଣି ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି, ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ଏକ ଅପହରଣ ମାମଲା । ପ୍ରି ପ୍ଲାନ କରାଯାଇ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ମାତ୍ର ସୋସିଆଲ ମିଡିଆରେ ଏକ ସେଲଫି ଭାଇରାଲ ହେବା ପରେ ପୁରା ପ୍ଲାନ ସ୍ପଷ୍ଟ ହୋଇଯାଇଥିଲା ।

ଆର୍ଯ୍ୟନ ଡ୍ରଗ୍ସ ନେଇଥିବାର କିଛି ପ୍ରମାଣ ନଥିବା ବେଳେ, ତାଙ୍କଠାରୁ କୌଣସି ମାଦକ ଦ୍ରବ୍ୟ ଜବତ ମଧ୍ୟ ହୋଇ ନଥିଲା ବୋଲି ନଓ୍ବାବ କହିଛନ୍ତି । ଆଜି ହାଇକୋର୍ଟଙ୍କ ପକ୍ଷରୁ ବେଲ୍ ଅର୍ଡର ଜାରି ହୋଇଛି । ଡ୍ରଗ୍ କାରବାରକୁ ନେଇ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମେଚାଙ୍କ ମଧ୍ୟରେ ଷଡଯନ୍ତ୍ରର କୌଣସି ପ୍ରମାଣ ମିଳି ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ହ୍ବାଟ୍ସଆପ୍ ଚାଟ୍ ମଧ୍ୟ ଆପତ୍ତିଜନକ ନୁହେଁ ବୋଲି ବେଲ୍ ଅର୍ଡରରେ ଉଲ୍ଲେଖ ରହିଛି । ସେହିପରି ଅପରାଧିକ କାର୍ଯ୍ୟକଳାପକୁ ନେଇ ସେମାନଙ୍କ ବିରୋଧରେ କିଛି ଠୋସ୍ ପ୍ରମାଣ ନାହିଁ ବୋଲି ଅଦାଲତ ଦର୍ଶାଇଛନ୍ତି । ଯାହାପରେ ଏନସିବି ଓ ଏନସିବିର ଜୋନ୍ ଅଧ୍ୟକ୍ଷ ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତି ଏନସିପି ନେତା ନଓ୍ବାବ ମଲ୍ଲିକ୍ ।

Leave A Reply

Your email address will not be published.