Latest Odisha News

BREAKING NEWS

ଆସନ୍ତାକାଲି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଟ

ଭୁବନେଶ୍ବର : ଆସନ୍ତାକାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ କନ୍ଧମାଳ ବାସୀଙ୍କୁ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ଫୁଲବାଣୀ ମିନି ଷ୍ଟାଡିୟମ ହେଲିପ୍ୟାଡ୍ ସେଣ୍ଟରରେ ପହଞ୍ଚିବେ । ଏହାପରେ ଦିନ ୧୧ଟା ୩୦ରୁ ୧୨ଟା ୨୫ ଭିତରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରି ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ।

ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ କନ୍ଧମାଳ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ଏହି ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉପସ୍ଥିତ ଅଛନ୍ତି । ସେହିପରି ବିକ୍ରମ ଆରୁଖଙ୍କ ସମେତ ୮ ଜଣ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ପ୍ରାୟ ୧୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ଏସଓଜି, ଡିଭିଏଫ୍ ଓ ସିଆରପିଏଫ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

Leave A Reply

Your email address will not be published.