Latest Odisha News

BREAKING NEWS

ଝିଅ ଅଛି ଘରେ… କିଏ ଲେଖିଥିଲା ବିବାହ ଓ ବିକ୍ରି ନେଇ ଚିଠି ?

ଜଗତସିଂହପୁର: ବଦନାମ ପାଇଁ ଷଡ଼ଯନ୍ତ୍ର । ନାବାଳିକାଙ୍କ ଭବିଷ୍ୟତ ସହ ଖେଳ । ୧ ଲକ୍ଷ ଟଙ୍କା ନେଇ ମାତ୍ର ୧୫ ବର୍ଷ ବୟସରେ ଝିଅକୁ ବାପାମାଆ, ବିବାହ କରାଇ ଦେଇଥିବା ଖବର ପ୍ରଘଟ ହୋଇଥିଲା । ଏହାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରାକୁ ଆସିଥିଲା ଏକ ଚିଠି । ଚିଠିକୁ ନେଇ ଜଗତସିଂହପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ପୋଲିସର ସହାୟତା ନେଇଥିଲା । ଆଉ ନାବାଳିକା ଜଣଙ୍କୁ ନିଜ ଘରୁ ପାଇଥିଲା ।

ତେବେ କିଏ ଓ କାହିଁକି ପରିବାରକୁ ବଦନାମ ପାଇଁ ଏଭଳି କଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ନାବାଳିକାଙ୍କ ବାପା । ନିଜେ ନାବାଳିକା କି ପରିବାର ଲୋକ ବିବାହ କି ବିକ୍ରି ନେଇ ଅଭିଯୋଗ କରି ନାହାନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ମଧ୍ୟ କାଉନସେଲିଂ ବେଳେ ସେଭଳି କିଛି ପ୍ରମାଣ ପାଇନି । ବସୁନ୍ଧରାକୁ ଆସିଥିବା ଚିଠି ସହ ନାବାଳିକାଙ୍କ ହାତ ଲେଖାରେ ମଧ୍ୟ ସମାଞ୍ଜସ୍ୟ ନାହିଁ ।

ତେବେ କିଏ ଓ କାହିଁକି ନାବାଳିକା ବିବାହ ଓ ୧ ଲକ୍ଷ ଟଙ୍କା ନେଇ ବିକ୍ରି ନେଇ ଚିଠି ଲେଖିଲେ ? ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ କାଉନସେଲିଂ ପରେ ନାବାଳିକାଙ୍କୁ ଶିଶୁ ଗୃହରେ ରଖାଯାଇଛି ।ତେବେ ନାବାଳିକାଙ୍କ ନାଁରେ କିଏ ଲେଖିଥିଲା ଚିଠି ? ଏହା ପଛର ଉଦ୍ଦେଶ୍ୟ କଣ ? ବଦନାମ ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା ଏହା ପଛରେ ରହିଛି ଆଉ କିଛି ଗୁମର ।

Leave A Reply

Your email address will not be published.