Latest Odisha News

BREAKING NEWS

କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ଆରଟିଓ-୧ ଅଫିସ ବନ୍ଦ

ଭୁବନେଶ୍ୱର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)-୧ରୁ କରୋନା ସଂକ୍ରମିତ ଚିହ୍ନଟ । ଏହାପରେ ଆଚାର୍ଯ୍ୟ ବିହାର ନିକଟସ୍ଥ ଆରଟିଓ ଅଫିସକୁ ବନ୍ଦ କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । ଟ୍ୱିଟ କରି ଏହି ସୂଚନା ଦେଇଛି ବିଏମସି । ଏହାସହ ଅଫିସ ପରିସରରେ ବନ୍ଦ ନେଇ ନୋଟିସ୍ ଲାଗିଛି ।

ଆଜି ଭୁବନେଶ୍ୱରରୁ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଫିସ ବନ୍ଦ କରାଯାଇଛି ବିଏମସି । ସଂକ୍ରମଣ ଆଗକୁ ବ୍ୟାପିବା ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି ବିଏମସି । ୪ ଜଣ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.