Latest Odisha News

BREAKING NEWS

ଏମିତି ବି ଆସେ ମୃତ୍ୟୁ : ଚଳନ୍ତା ବସରେ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି : ଏମିତି ବି ଆସେ ମୃତ୍ୟୁ  । କଥାରେ ଅଛି  କାହାର ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସିବ ତାହା କହିବା ମୁସ୍କିଲ । ଆଜି ଏମିତି କିଛି ଘଟଣା ସାମ୍ନାକୁ ଆସିଛି  । ଗଜପତି ଜିଲ୍ଲା ଜି.ଉଦୟଗିରି ପାବୁରିଆ ଛକ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏକ ଘରୋଇ ଯାତ୍ରୀବାହୀ ବସ୍  ।  ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଛି  । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ଘଟିଛି ।

ମୃତ ଡ୍ରାଇଭର ଜଣକ ସନା ପ୍ରଧାନ ବୋଲି ଜଣାପହଇଚଇ । ବସ୍ ରେ ଯାତ୍ରୀ ନେଇ ଯାଉଥିବା ସମୟରେ ହଠାତ୍ ଏଭଳି ଅଘଟଣ ଘଟିଛି  । ଫଳରେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଏଥିରେ ଯାଉଥିବା ଯାତ୍ରୀ ।  ବସଟି ସାରଙ୍ଗଡ ଠାରୁ ଭୁବନେଶ୍ଵରର ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା । ଫଳରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତାକଡ ନାଳରେ ବାଡେଇ ହୋଇଯାଇଥିଲା ।

ଯାହାଫଳରେ ବସଟି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି  । ସେପଟେ ଏନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ମୃତ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.