ନୂଆଦିଲ୍ଲୀ : ସୀମାରେ ଚୀନ ଯବାନଙ୍କ ଠାରୁ ଆହୁରି ଶକ୍ତିଶାଳୀ ଭାରତୀୟ ଯବାନ । ଗତବର୍ଷ ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରୁ ଏହା ପ୍ରମାଣିତ ହୋଇଛି । ଭାରତୀୟ ସେନା ସହ ଚୀନ ସେନା ମୁହାଁମୁହିଁ ହେବା ପରେ ବେଜିଂ ସେନାକୁ ଆହୁରି ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି । ଏଭଳି କହିଛନ୍ତି ସିଡିଏସ ବିପିନ ରାଓ୍ବତ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ ପ୍ରଶିକ୍ଷଣରେ ଚୀନ ତାର ଯବାନଙ୍କୁ ସୀମାରେ ନିୟୋଜିତ କରିଥାଏ । ଏଭଳିକି ହିମାଳୟ ଭଳି ପାହାଡ ଉପରେ ଚଢି ଲଢିବାର କ୍ଷମତା ମଧ୍ୟ ସେମାନଙ୍କ ପାଖରେ ନଥାଏ । ଯାହା ଭାରତୀୟ ସେନାଙ୍କ ପାଖରେ ଏଭଳି ଦକ୍ଷତା ଥିବା କହିଛନ୍ତି ସିଡିଏସ ବିପିନ ରାଓ୍ବତ । ଗତବର୍ଷ ମେ ଓ ଜୁନରେ ଭାରତୀୟ ସେନା ସହ ଗଲଓ୍ବାନ ଘାଟିରେ ସଂଘର୍ଷ ହେବା ପରେ ଚୀନ ତାର ରଣନୀତିରେ ଅନେକ ପରିବର୍ତ୍ତନ କରିଛି । ତେଣୁ ସୀମାରେ ଚୀନ ଯବାନଙ୍କ ଗତିବିଧି ଉପରେ ସ୍ବତନ୍ତ୍ର ଭାବେ ନଜର ରଖିଛନ୍ତି ଭାରତୀୟ ଯବାନ । ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନମାନେ ତୟାର ଅଛନ୍ତି ବୋଲି କହିଛନ୍ତି ବିପିନ୍ ରାଓ୍ବତ ।
Comments are closed.