Latest Odisha News

BREAKING NEWS

ଏନ୍‌ସିଆର୍‌ଟି ରାଜନୀତି ବିଜ୍ଞାନ ବହିରୁ ହଟିଲା ମୌଲାନା ଅବୁଲ କଲାମ ଆଜାଦଙ୍କ ନାଁ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ କାଉନସିଲ ଅଫ୍‌ ଏଜୁକେସଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଆର୍‌ଟି) ସିଲାବସ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ପାଠ୍ୟ ହଟାଇବା ପରେ ଏବେ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର କଥା ବି ହଟାଇ ଦିଆଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏନ୍‌ସିଆର୍‌ଟିର ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବହିରେ ଆଜାଦଙ୍କ ଉଲ୍ଲେଖକୁ ହଟାଇ ଦିଆଯାଇଛି। ପୁରୁଣା ବହିରେ ଯେଉଁ ପୃଷ୍ଠାରେ ଅବୁଲ କଲାମ ଆଜାଦକଙ୍କ କଥା ଉଲ୍ଲେଖ କରାଯାଇଥିଲା ସେହି ପୃଷ୍ଠାକୁ ବହିରୁ ହଟାଇ ଦିଆଯାଇଛି। ଏନ୍‌ସିଆର୍‌ଟି ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ବହିର ପ୍ରଥମ ଚ୍ୟାପ୍ଟରରେ ‘ସମ୍ବିଧାନ କାହିଁକି ଓ କେମିତି?’ ଶୀର୍ଷକ ଏକ ବିଷୟ ରହିଛି। ଯେଉଁଥିରେ ସମ୍ବିଧାନ ସଭା ସମିତିରେ ସାମିଲ୍ ହେବା ସଦସ୍ୟଙ୍କ ବିଷୟରେ ଲେଖାଯାଇଥିଲେ ବି ସେଥିରେ ମୌଲାନା ଅବୁଲ କଲାମ ଆଜାଦଙ୍କ ନାଁ ହଟାଇ ଦିଆଯାଇଛି।

ପରିବର୍ତ୍ତନ କରି ବହିରେ ଲେଖାଯାଇଛି “ ଅଧିକାଂଶ ସମୟ ଜବାହାର ଲାଲ ନେହରୁ, ରାଜେନ୍ଦ୍ର ପ୍ରସାଦ, ସରଦାର ପଟେଲ ଓ ବିଆର୍‌ ଆମ୍ବେଡକର ସମ୍ବିଧାନ ସଭା ସମିତିକୁ ଅଧ୍ୟକ୍ଷତା କରିଥିଲେ।” ଏଥିରେ ଆଜାଦ ଥିଲେ ବି ତାଙ୍କ ନାଁ ବହିରେ ଲେଖାଯାଇ ନାହିଁ।

ସେହିପରି ଜାମ୍ମୁ-କାଶ୍ମୀରର ଭାରତରେ ବିଲୟକୁ ନେଇ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ମୌଲାନା ଅବୁଲ କଲାମ ଆଜାଦ ସମ୍ବିଧାନର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେହି ସମୟରେ ସେ ଭାରତର ନୂଆ ସମ୍ବିଧାନ ସଭାରେ କଂଗ୍ରେସର ନେତୃତ୍ୱ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ରୂପରେ ସେ  ନିଜର ଷଷ୍ଠ ବର୍ଷରେ ବ୍ରିଟିସ୍ କ୍ୟାବିନେଟ୍‌ ମିଶନ ସହ ଆଲୋଚନା କରିବା ପାଇଁ ଯାଇଥିବା ପ୍ରତିନିଧି ମଣ୍ଡଳର ନେତୃତ୍ୱ ବି ନେଇଥିଲେ। କେବଳ ସେତିକି ନୁହେଁ ବହିରେ ଜାମ୍ମୁ-କାଶ୍ମୀର ଧାରା ୩୭୦ ସୁରକ୍ଷିତ ରଖିବା କଥାକୁ ବି ହଟାଇ ଦିଆଯାଇଛି।  ସେହିପରି ନିକଟରେ ଏନ୍‌ସିଆର୍‌ଟି ବହିରେ ମହାତ୍ମା ଗାନ୍ଧୀଙ୍କୁ ନେଇଥିବା ଅନେକ କଥାକୁ ହଟାଇ ଦିଆଯାଇଥିଲା।

ଗାନ୍ଧୀଙ୍କ ବିଷୟରେ ଏହିସବୁ କଥାଗୁଡ଼ିକୁ ହଟାଯାଇଛି
୧. ଗାନ୍ଧୀଙ୍କୁ ବିଶେଷ କରି ସେହିମାନେ ନାପନ୍ଦ କରୁଥିଲେ ଯେଉଁମାନେ ଚାହୁଁଥିଲେ ଯେ ହିନ୍ଦୁ ପ୍ରତିଶୋଧ ନିଅନ୍ତୁ। କିମ୍ବା ଯେଉଁମାନେ ଚାହୁଁଥିଲେ ଯେ ଭାରତ ହିନ୍ଦୁମାନଙ୍କ ପାଇଁ ଏକ ରାଷ୍ଟ୍ର ହେଉଛି।
୨. ହିନ୍ଦୁ-ମୁସ୍ଲିମଙ୍କ ଏକତା ପାଇଁ ତାଙ୍କର ଦୃଢ଼ ପ୍ରୟାଶ ହିନ୍ଦୁ ଚରମପନ୍ଥୀଙ୍କୁ ଏମିତି ଉକ୍‌ସାଇଲା ଯେ ସେମାନେ ଗାନ୍ଧୀ ଜୀଙ୍କ ହତ୍ୟାର ପ୍ରୟାସ କରିବା ଆରମ୍ଭ କରିଦେଲେ।
୩. ଗାନ୍ଧୀ ଜୀଙ୍କର ମୃତ୍ୟୁରେ ଦେଶରେ ସାମ୍ପ୍ରଦାୟିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲା।
୪. ସାମ୍ପ୍ରଦାୟିକ ଘୃଣା ପ୍ରଚାର କରୁଥିବା ଲୋକଙ୍କ ଉପରେ ଭାରତ ସରକାର କଡ଼ା ଆଇନ କଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭଳି କିଛି ସଂଗଠନ ଉପରେ କିଛି ସମୟ ପାଇଁ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା।

 

Leave A Reply

Your email address will not be published.