Latest Odisha News

BREAKING NEWS

ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ ହୋଇଛି। ଆଜି ଲକ୍ଷ୍ନୌରେ ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ ବୟସାଧିକ କାରଣରୁ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ।

ତାଙ୍କୁ ଚିକିତ୍ସା ପାଇଁ ରାଇ ବରେଲୀରୁ ଲକ୍ଷ୍ନୌ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ମିଳିଛି। ଦାଲିଗଞ୍ଜର ନଦୱା ମଦ୍ରାସାରେ ତାଙ୍କର ପରଲୋକ ହୋଇଛି। ମୌଲାନାଙ୍କର ମୃତ୍ୟୁ ନେଇ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ବିୟୋଗ ଅତ୍ୟନ୍ତ ଦୁଃଖଦ। ତାଙ୍କ ଅମର ଆତ୍ମକୁ ଈଶ୍ୱର ସଦଗତି ଦିଅନ୍ତୁ। ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା।

Leave A Reply

Your email address will not be published.