Latest Odisha News

BREAKING NEWS

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଦେବଗଡ଼ ବିଜେପି ସଭାପତି ମୀନକେତନ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ମୀନକେତନ ବିଜେଡିରେ ମିଶିବା ପରେ ବିଜେପି ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ଦେଇଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଅରୁଣ ସାହୁଙ୍କୁ ଦେବଗଡ଼ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିବା ଦଳ ପ୍ରେସ୍ ଇସ୍ତାହାର ଜାରି କରିଛି ।

ସେପଟେ ବିଜେଡିର କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ମିଶିଛନ୍ତି ମୀନକେତନ ପ୍ରଧାନ । ୧୯୯୦ ମସିହାରେ ବିଜେପିରେ ଥିବା ମୀନକେତନ ଦୁଇ ଦୁଇ ଥର ଜିଲ୍ଲା ସଭାପତି ଥିଲେ । ମୀନକେତନ ହଠାତ୍ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବେଳେ ବିଜେପି ଅରୁଣ ସାହୁଙ୍କୁ ସଭାପତି ଦାୟିତ୍ୱ ଦେଇଛି ।

Leave A Reply

Your email address will not be published.