Latest Odisha News

BREAKING NEWS

ଗଞ୍ଜାମ ପରେ ଏବେ ଏହି ଜିଲ୍ଲାରେ ଏକ ମାସ ଧରି ସକାଳୁଆ ସ୍କୁଲ ବନ୍ଦ…

ଭୁବନେଶ୍ୱର: ଜାଡରେ ଥରୁଛି ସମଗ୍ର ରାଜ୍ୟ । ଶୀତ ସାଙ୍ଗକୁ କୁହୁଡିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ । ସକାଳ ୧୦ ପର୍ଯ୍ୟନ୍ତ ବି ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲରେ ଶନିବାର ସକାଳ ଶ୍ରେଣୀ ପରିବର୍ତ୍ତେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଆଦେଶ ଅନୁଯାୟୀ, ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଆରମ୍ଭ କରି ଫେବୃଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲରେ ଶନିବାର କେବଳ ଦିନ ସିଫ୍ଟରେ କ୍ଲାସ୍ କରାଯିବ ।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ । ଅତ୍ୟଧିକ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲଗୁଡ଼ିକୁ ସକାଳ ଶ୍ରେଣୀ ବଦଳରେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।

Leave A Reply

Your email address will not be published.