Latest Odisha News

ୱେଲକମ ୩ରେ ଏକାଠି ହେବେ ଅକ୍ଷୟ, ଅରଶାଦ, ସଞ୍ଜୟ

ମୁମ୍ବାଇ: ୨୦୦୭ରେ ରିଲିଜ ହୋଇଥିବା ୱେଲକମ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଅନୀଲ କାପୁର, ନାନା ପାଟେକର ଓ ଫିରୋଜ ଖାଁଙ୍କ ଏହି ଫିଲ୍ମ ସୁପରହିଟ ହୋଇଥିଲା । ୨୦୧୫ରେ ଏହାର ଦ୍ୱିତୀୟ ସଂସ୍କରଣ ମଧ୍ୟ ହିଟ ହୋଇଥିଲା । ଏଥିରେ ଅକ୍ଷୟ କୁମାର ଅଭିନୟ କରି ନ ଥିଲେ । ଏବେ ପ୍ରକାଶିତ ରିପୋର୍ଟ ଅନୁସାରେ ଅକ୍ଷୟ, ସଞ୍ଜୟ ଦତ ଏବଂ ଅରଶାଦ ୱାରସି ଏଥିରେ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ମେକର୍ସ ଫିରୋଜ ନାଡିୱାଡୱାଲା ପ୍ରଥମେ ଏହାର ନାମ ୱେଲକମ ଟୁ ଦି ଜଙ୍ଗଲ ରଖିବା ପାଇଁ ସ୍ଥିତ କରିଥିଲେ ମାତ୍ର ଏବେ ଏହାକୁ ୱେଲକମ ୩ କରାଯାଇଛି । ହେରାଫେରୀ ୩ ଏବଂ ୱେଲକମ ୩ ମାଧ୍ୟମରେ ଅକ୍ଷୟ ପୁନର୍ବାର ବଲିଉଡରେ ନିଜ ସ୍ଥିତି ମଜଭୁତ କରିବାକୁ ଚାହୁଁଛନ୍ତି ।

ଏବେ ଅକ୍ଷୟ ନିଜର ଆଗାମୀ ଫିଲ୍ମ ସେଲଫୀର ପ୍ରଚାର ନେଇ ବ୍ୟସ୍ତ ରହୁଛନ୍ତି । କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ବଲିଉଡର ମେକର୍ସମାନେ ଚିନ୍ତାରେ ପଡି ଯାଇଥିଲେ । ତେବେ ପଠାନ ସୁପରହିଟ ହେବା ପରେ ଏବେ ସମସ୍ତେ ସେମାନଙ୍କ ଫିଲ୍ମ ନେଇ ଆଶାୟୀ ହୋଇ ପଡିଛନ୍ତି । ଅନ୍ୟ ଷ୍ଟାର କାଷ୍ଟ ଚୟନ ହେବା ପରେ ୱେଲକମ ୩ର ଶୁଟିଂ ଆରମ୍ଭ ହେବ ।

Leave A Reply

Your email address will not be published.