Latest Odisha News

BREAKING NEWS

ଭାରତ ବଡ଼ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରି ମୋତେ ଭବିଷ୍ୟତର ଏକ ନୂଆ ଆଶା ଦେଇଛି: ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଦିନେ ବିଶ୍ୱର ନମ୍ବର ୱାନ ଧନି ଥିବା ଆମେରିକା ବ୍ୟବସାୟୀ ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ୍‌ଗେଟ୍ସଙ୍କ ମୁଁହରେ ଭାରତର ପ୍ରଶଂସା। ଭବିଷ୍ୟତ ପାଇଁ ଭାରତ ତାଙ୍କୁ ଏକ ନୂଆ ଆଶା ଦେଉଛି ବୋଲି ବିଲ୍ ଗେଟ୍ସ କହିଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି। ଭାରତରେ ବ୍ୟବସାୟୀ ଓ ଉଦ୍ଭାବକମାନେ କଣ ସବୁ  ବିକାଶମୁଳକ କାମ କରିଛନ୍ତି ତାହା ଦେଖିବାକୁ ଗେଟ୍ସ ଭାରତ ଆସିବେ ବୋଲି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କୋଭିଡ୍‌ କଟକଣା ଲାଗିବା ପରେ ଏହା ବିଲ୍‌ଗେଟ୍ସଙ୍କ ପ୍ରଥମ ଭାରତ ଗସ୍ତ ହେବ।

ତେବେ ଭ୍ରମଣରେ ଆସିବା ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତି ପକାଇଛନ୍ତି ଏହି ଜ୍ଞାନୀ ଶିଳ୍ପପତି। ସେ ତାଙ୍କ ବ୍ଲଗ୍‌ ‘ଗେଟ୍ସ ନୋଟ୍‌’ରେ ଭାରତ ଆସିବା ନେଇ ଖୁବ୍ ଆଗ୍ରହୀ ବୋଲି କହିଛନ୍ତି। ସେ ଲେଖିଛନ୍ତି  “ ଭବିଷ୍ୟତ ପାଇଁ ଭାରତ ମୋତେ ଏକ ନୂଆ ଆଶା ଦେଇଛି। କାରଣ ଭାରତ ଏହା ପ୍ରମାଣତି  କରିଦେଇଛି ଯେ ସେ ବଡ଼ ବଡ଼ ଆହ୍ୱାନ୍‌(କୋଭିଡ୍)ର ବି ସେ ସାମ୍ନା କରିପାରେ।”

ଗେଟ୍ସ ନୋଟ୍‌ରେ ଲେଖିଛନ୍ତି ଯେ କୋଭିଡ୍ କଟକଣାରେ ଦୀର୍ଘ ଦିନର ବିରତି ପରେ ସେ ଭାରତ ଆସିବାକୁ ଉତ୍ସାହୀ ଅଛନ୍ତି। ଏହି ସମୟରେ ଭାରତରେ କଣ ସବୁ ଉନ୍ନତି ହୋଇଛି ତାହା ଦେଖିବାକୁ ସେ ଖୁବ୍ ଆଗ୍ରହୀ ବୋଲି ଗେଟ୍ସ କହିଛନ୍ତି। ସାରା ବିଶ୍ୱରେ ଅସମାନତା ଦୂର କରିବା ଲକ୍ଷ୍ୟରେ ରହିଛନ୍ତି ଗେଟ୍ସ। ଏଥିପାଇଁ ସେ ଅନେକ ସମୟରେ ବିଶ୍ୱ ଭ୍ରମଣ କରି ଏହା ଦୂର କରିବାକୁ ଚେଷ୍ଟା କରୁଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟାବସ୍ଥା ଓ ଜଳବାୟୁ ପରିବର୍ତ୍ତନରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ବୋଲି ଗେଟ୍ସ ତାଙ୍କ ବ୍ଲଗରେ ଲେଖିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟାବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଦୁଇଟି ପରସ୍ପର ସହ ଜଡ଼ିତ। ଅତ୍ୟଧିକ ଗରମ ଯୋଗୁ ଖାଦ୍ୟ ଶୃଙ୍କଳରେ ବାଧା ସୃଷ୍ଟି ହେବ ସହ ସଂକ୍ରାମକ ରୋଗ ସୃଷ୍ଟି କରିବ। ଫଳରେ ଲୋକମାନଙ୍କ ପାକରେ ଆବଶ୍ୟକୀୟ ସମ୍ବଳ ଅଭାବ ଦେଖାଦେବ। ଏଥିରେ ଗରିବି କମାଇବା କାଠିକର ପାଠ ହେବ। ସମସ୍ୟାର ସମାଧାନ ଦିଗରେ ବାଧା ସୃଷ୍ଟି ହେଲେ ବି ଆମେ ଏକତ୍ର ହୋଇ ଏହାର ସମାଧାନ କରିପାରିବ। ଆଉ ଭାରତ ଏ ଦିଗରେ ଯେଉଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏହା ଠାରୁ ଆଉ ବଡ଼ ଉଦାରଣ ହୋଇ ନପାରେ।

ଗେଟ୍ସ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି “ ଭାରତ ବିଶ୍ୱର ବୃହତ ଜନସଂଖ୍ୟାର ରାଷ୍ଟ୍ର। ସମସ୍ତଙ୍କୁ ଗୋଟିଏ ଧାରାରେ ନ ବାନ୍ଧିଲେ ଏଠାରେ ସମସ୍ୟାର ସମାଧାନ କରାଯାଇ ନପାରେ। ତଥାପି ଭାରତ ପୋଲିଓ ଭଳି ଏକ ବଡ଼ ଚ୍ୟାଲେଞ୍ଜର ସମାଧାନ କରିଛି। ସେହିପରି, ଏଚ୍‌ଆଇଭି ସଂକ୍ରମଣରେ ହ୍ରାସ, ଦାରିଦ୍ର ଦୂରିକରଣ ହ୍ରାସ, ଶିଶୁମୃତ୍ୟୁ ହାରରେ ହ୍ରାସ ଏବଂ ସ୍ୱଚ୍ଛତା ଓ ଆର୍ଥିକ ସେବାରେ ଉନ୍ନତି କରିଛି।”

କେବ ସେତିକି ନୁହେଁ ବିଶ୍ୱର ଜଳବାୟୁ ପରିବର୍ତ୍ତନରେ ଭାରତର ନେତୃତ୍ୱକୁ ଗେଟ୍ସ ପ୍ରଶଂସା କରିଛନ୍ତି। ଭାରତ ସବୁବେଳେ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦିଗରେ ଆଗରେ ରହିଥାଏ, ତା ସହ ନୂଆ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଦକ୍ଷତାର ବିକାଶ ଓ ଓ ବିଶେଷଜ୍ଞ ଗୁଣବତ୍ତା ବଢ଼ାଇବା ଦିଗରେ ଭାରତ କାମ କରିଛି। ଏହାର ଆର୍ଥ ହେଲା ବର୍ତ୍ତମାନର ବଡ଼ ଚ୍ୟାଲେଞ୍ଜକୁ  ସାମ୍ନା କରିପାରିବାର ଭାରତ ପାଖରେ ସାମର୍ଥ୍ୟ ରହିଛି ବୋଲି ଗେଟ୍ସ ତାଙ୍କ ବ୍ଲେଗ୍‌ରେ ଲେଖିଛନ୍ତି।

Leave A Reply

Your email address will not be published.