Latest Odisha News

BREAKING NEWS

ବାମରାରେ ରହିବ ପୂର୍ବରୁ ରହୁଥିବା ଟ୍ରେନ୍‌; ନିର୍ଦ୍ଦେଶ ଦେଲେ ଚକ୍ରଧର ପୁର ରେଲଓ୍ୱେ DRM 

ସମ୍ବଲପୁର: ବାମରା ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ଗତକାଲିଠାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଷ୍ଟେସନ୍‌ରେ ରେଳ ରହଣୀ ଦାବିରେ ଗତକାଲି  ବାମରା କ୍ରିୟାନୁଷ୍ଠନା କମିଟି ପକ୍ଷରୁ ରେଳରୋକ୍‌ କରାଯାଇଥିଲା । ୧୦ ଘଣ୍ଟା ପରେ ୪ଟି ରେଳ ରହଣୀ ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି ।

ଗତକାଲି ଶତାଧିକ ଲୋକ ରେଳରୋକ କରିବା ସହ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ବାମରା ରେଳ ଷ୍ଟେସନରୁ ସମସ୍ତ ଯାତ୍ରୀବାହୀ ଦ୍ରୁତଗାମୀ ଟ୍ରେନ ରହଣୀର ପ୍ରତ୍ୟାହାର କରି ନେଇଥିଲେ ଚକ୍ରଧରପୁର DRM । ବୁଧବାର ରାତି ସାଢେ ଦଶଟାରେ ଚକ୍ରଧରପୁର DRM ନୋଟିସ୍ ଜାରି କରି ଏପରି ନିର୍ଦ୍ଦେଶ ଦେଇଥିଲେ । ଏପରିକି ଟିକେଟ ବୁକିଂ କାଉଣ୍ଟର ମେସିନ୍, କମ୍ପ୍ୟୁଟର ଉଠାଇ ନିଆ ଯାଇଥିଲା ।

ଏହା ପରେ  ଆଜି ଅର୍ଥାତ ଗୁରୁବାର ସକାଳୁ ସକାଳୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।  ଉତ୍ତ୍ୟକ୍ତ ଲୋକେ ଷ୍ଟେସନ୍ ମାଷ୍ଟର ଅଫିସ୍ ବନ୍ଦ କରି ଦେଇଥିଲେ ।  ଷ୍ଟେସନ୍ ମାଷ୍ଟରଙ୍କୁ  ବାହାର କରି ଅଫିସ୍ ଓ ସିଗ୍ନାଲ ରୁମରେ ତାଲା ପକାଇ ଦେଇଥିଲେ। ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍‌ ଅଟକି ରହିଥିଲା । ତେବେ ଅନ୍ୟ ସମସ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଏହା ପରେ ବାମରା ଷ୍ଟେସନରେ ପୂର୍ବରୁ ରହୁଥିବା ସବୁ ଟ୍ରେନ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଚକ୍ରଧର ପୁର ରେଲଓ୍ୱେ DRM  । ବାମରା ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି  ।

Leave A Reply

Your email address will not be published.