ବ୍ରହ୍ମପୁର: ବ୍ରହ୍ମପୁର ସହର ଚନ୍ଦ୍ରମା ସାହିର ଭି.ଭିରାମ୍ମାଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏମକେସିଜିର ଚକ୍ଷୁ ବିଭାଗର ମୁଖ୍ୟ ଡା.ସୁଚିତ୍ରା ଦାସଙ୍କ ତତ୍ବାବଧାନରେ ଡା.ଶ୍ରୀୟା ଚକ୍ରବର୍ତ୍ତି ଏବଂ ଡା.ସୋମାନି ବରାଳ ଚକ୍ଷୁ(କର୍ଣ୍ଣିଆ) ସଂଗ୍ରହ କରିଥିଲେ। ଭିରାମ୍ମାଙ୍କ ପୁତ୍ର ଈଶ୍ବର ରାଓ ଏବଂ ତିନି ଝିଅ ଭି.ବିଜୟଲକ୍ଷ୍ମୀ, ୱାଇ.ଲକ୍ଷ୍ମୀ ଏବଂ ବି.ପଦ୍ମାବତୀଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ। ଫ୍ରେଣ୍ଡସ ହେଲପିଂ କ୍ଲବର କେ.ପୁରୁଷୋତ୍ତମ ସୁବୁଦ୍ଧି, ଜାମୁଲା ସୁରେଶ ଏବଂ ନନ୍ଦେଶୁ ସେନାପତି ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଭିରାମ୍ମାଙ୍କ ସ୍ବାମୀ ଭି.ଭିଗ୍ନେଶମ ଗତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ପରେ ଚକ୍ଷୁଦାନ ହୋଇଥିଲା। ଏଣୁ ମୃତ୍ୟୁ ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଚକ୍ଷୁଦାନକୁ ନେଇ ପରିବାର ବର୍ଗଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି।
BREAKING NEWS
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
Comments are closed.