Latest Odisha News

BREAKING NEWS

ଏମିତି ଚାଲିଛି ସ୍ୱାସ୍ଥ୍ୟସେବା, ମୋବାଇଲ୍ ଲାଇଟରେ ଅଟୋ ଭିତରେ ରୋଗୀଙ୍କୁ ଦେଲେ ଇଞ୍ଜେକ୍ସନ୍

ନିଆଳି: ରାଜଧାନୀରୁ ମାତ୍ର ୪୦ କିଲୋମିଟର ଦୂର । ମାତ୍ର ରୋଗୀଙ୍କୁ ମିଳୁନି ମୌଳିକ ସ୍ୱାସ୍ଥ୍ୟ ସୁବିଧା । ଗୁରୁତର ରୋଗୀଙ୍କୁ ଅଟୋରେ ଇଞ୍ଜେକ୍ସନ୍ ଓ ସାଲାଇନ୍ ଚଢ଼ାଇ ରେଫର୍ କରି ଦେଉଛନ୍ତି ଡାକ୍ତର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।

ଅନ୍ଧାର ରାତିରେ ଅଟୋ ଭିତରେ ରୋଗୀଙ୍କ ଚିକିତ୍ସା ଚାଲିଛି । ମୋବାଇଲ୍ ଲାଇଟରେ ନାଡ଼ି ଚିପି ଦିଦି ଇଞ୍ଜେକ୍ସନ୍ ଦେଉଛନ୍ତି, ତାଙ୍କର ଦକ୍ଷତା କି ନିଷ୍ଠା ଉପରେ କୌଣସି ସନ୍ଦେହ ନାହିଁ । କିନ୍ତୁ ନିଆଳିରେ ସ୍ୱାସ୍ଥ୍ୟସେବାର ଏ ଦୃଶ୍ୟ ସବୁ ଅପାରଗତାକୁ ପଦାରେ ପକାଇଛି ।

ଅଟୋରେ ରୋଗୀ ଚିକିତ୍ସା ପରେ କର୍ତ୍ତୃପକ୍ଷ ଏହା ଭୁଲ୍ ବୋଲି ମାନିଛନ୍ତି । ପୁରୁଣା କୋଠା ଅବସ୍ଥା ଜରାଜୀର୍ଣ୍ଣ ଥିବା ଏବଂ ନୂଆ କୋଠା ନିର୍ମାଣ ଚାଲିଥିବା କହିଛନ୍ତି ନିଆଳି ସିଏଚସି ସୁପରିଟେଣ୍ଡେଣ୍ଟ । ମେଡିକାଲରେ ମାତ୍ର ୨ଟି ବେଡ୍ ରହିଥିବାରୁ ଅଟୋରେ ଚିକିତ୍ସା କରି ରେଫର୍ କରାଯାଇଥିବା କହିଛନ୍ତି । ଏଥିସହ ଆଗକୁ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେନେଇ ସେ ଡାକ୍ତର ଓ ନର୍ସଙ୍କୁ ତାଗିଦ୍ କରିଛନ୍ତି ।

କୋଟି କୋଟି ଟଙ୍କାରେ ନୂତନ ଗୃହ ନିର୍ମାଣ ଚାଲିଥିବା ବେଳେ ଶହ ଶହ ନୂଆ ଶଯ୍ୟା ରୋଗୀଙ୍କ ପାଇଁ ପଡ଼ି ନପାରି ଖତ ଖାଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଧ୍ୟାନ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.