Latest Odisha News

ଟି୨୦ରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ

ମେଲବୋର୍ଣ୍ଣ: ଟି୨୦ କ୍ରିକେଟରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଚଳିତ ଟି୨୦ ବିଶ୍ୱକପରେ ରୋହିତଙ୍କୁ ୭ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ ମ୍ୟାଚରୁ ୪୧ ବିଜୟ ହାସଲ କରିଛି । ଅପରପକ୍ଷରେ ରୋହିତ ୪୫ ମ୍ୟାଚରେ ୩୫ଥର ବିଜୟୀ ହୋଇଛନ୍ତି । ତାଙ୍କ ପଛକୁ ବିରାଟ କୋହଲି ୫୦ରୁ ୩୦ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଛନ୍ତି । ଧୋନୀଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ରୋହିତଙ୍କୁ ଗ୍ରୁପ ପର୍ଯ୍ୟାୟର ୫ ମ୍ୟାଚ ସମେତ ସେମିଫାଇନାଲ ଏବଂ ଫାଇନାଲ ଜିତିବାକୁ ହେବ ।

ଭାରତର କାର୍ଯ୍ୟସୂଚୀ: ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମେଲବୋର୍ଣ୍ଣରେ ଅଭିଯାନ ଆରମ୍ଭ କରିବ । ୨୭ରେ ସିଡନୀରେ ନେଦରଲାଣ୍ଡସକୁ ଭେଟିବ । ସେହିପିରି ୩୦ରେ ଦକ୍ଷିଣ ଆଫ୍ରିକାକୁ ପର୍ଥରେ ଏବଂ ୨ ନଭେମ୍ବରରେ ଏଡିଲେଡରେ ବାଂଲାଦେଶକୁ ଭେଟିବ । ଏହା ପରେ ନଭେମ୍ବର ୬ରେ ମେଲବୋର୍ଣ୍ଣରେ ମ୍ୟାଚ ଖେଳିବ । ଏହି ମୁକାବିଲା ପାଇଁ ବିପକ୍ଷ ଦଳର ଘୋଷଣା ହୋଇ ନାହିଁ । ୯ ଓ ୧୦ରେ ସେମିଫାଇନାଲ ଏବଂ ୧୩ରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.