Latest Odisha News

BREAKING NEWS

ଜେରା ପରେ ଜଗବନ୍ଧୁଙ୍କୁ ବାନ୍ଧିଲା ପୋଲିସ, ସ୍ତ୍ରୀ ପରେ ସ୍ବାମୀ ନାଁରେ ଲାଗିଲା ଦଫା ୩୦୭

ଭୁବନେଶ୍ୱର: ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ। ଅକ୍ଚୋବର ୭ରୁ ଚର୍ଚ୍ଚାରେ ଥିବା ଏହି ବହୁଚର୍ଚ୍ଚିତ ହନିଟ୍ରାପ ମାମଲାରେ ଏହା ଦ୍ବିତୀୟ ଗିରଫ। ଗତକାଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଦେଇ ମୁହଁ ଫେରାଇ ନେଇ ପଳାଇବା ପରେ ଜଗବନ୍ଧୁଙ୍କୁ ପୋଲିସ ତାଙ୍କ ସତ୍ୟ ବିହାର ଘରୁ ଉଠାଇ ଆଣି ପଚରାଉଚରା କରିଥିଲା ପୋଲିସ। ଏହାପରେ ଖଣ୍ଡଗିରି ପୋଲିସ ଆଜି ତାଙ୍କୁ ଗିରଫ କରିଛି।

ଜଗବନ୍ଧୁଙ୍କ ନାଁରେ ମାନବ ଚାଲାଣ ଭଳି ଦଫା ୩୦୭ ଲଗାଇଛି ପୋଲିସ। ସମାନ ଦଫା ଅର୍ଚ୍ଚନା ନାଗଙ୍କ ଉପରେ ଲାଗିଛି। ଯେଉଁଥିପାଇଁ ତାଙ୍କ ଜାମିନ୍ ଖାରଜ ହୋଇଥିଲା। ପତ୍ନୀ ଅର୍ଚ୍ଚନାଙ୍କ ସହ ମାନବ ଚାଲାଣ କରିଥିବା ଅଭିଯୋଗରେ ପୋଲିସ ଏହି ଦଫା ଲଗାଇଛି।

ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ପ୍ରଯୋଜକ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଜଣେ ଯୁବତୀ କହିଥିଲେ। ପରେ ଅକ୍ଷୟ ପରିଜା ପାଲଟା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଏହି ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ଜଣେ ଯୁବତୀ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ଅର୍ଚ୍ଚନାଙ୍କ ବିରୋଧରେ ସେ ଏଫଆଇଆର ଦେଇଥିଲେ। ଯେଉଁଥିରେ ସେ କହିଥିଲେ, ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ ଅର୍ଚ୍ଚନା। ଅର୍ଚ୍ଚନାଙ୍କ ମୋବାଇଲରେ ରହିଛି ଏକାଧିକ ଅଶ୍ଳୀଳ ଭିଡିଓ। ବଡ଼ ବଡ଼ ବ୍ୟବସାୟୀ, ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ତିଆରି କରାଯାଇଥିଲା। ଆଉ ଏହି ତାଲିକା ତିଆରି କରୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର। ପୋଲିସ ଏହି ମାମଲାରେ ଅର୍ଚ୍ଚନାଙ୍କ ନାଁରେ ମାନବ ଚାଲାଣ ପାଇଁ ଦଫା ୩୦୭ ଭଳି ୧୬ଟି ଦଫା ଲଗାଇଛି।

ପୂର୍ବରୁ ଏହି ମାମଲାରେ ଜଗବନ୍ଧୁଙ୍କୁ ଜେରା କରି ଏକ ଅଣ୍ଡରଟେକିଂ ଲେଖି ଛାଡିଦେଇଥିଲା ପୋଲିସ। ଏହାପରେ ଦ୍ବିତୀୟ ଥର ପାଇଁ ଜେରା କରିବା ପରେ ଧନଞ୍ଜୟଙ୍କୁ ପୁଲିସ ଗିରଫ କରିଛି। ଅର୍ଚ୍ଚନାର ହନିଟ୍ରାପ ମାମଲାରେ ଧନଞ୍ଜୟ ମଧ୍ୟ ଜଣେ ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି।

ଅନ୍ୟପଟେ ଧନଞ୍ଜୟଙ୍କ ଗଳାରେ ଅପେରସନ ହୋଇଛି। ଅସୁସ୍ଥତା ଦର୍ଶାଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଜବଗନ୍ଧୁ ଚାନ୍ଦ୍।

Leave A Reply

Your email address will not be published.