ନୂଆଦିଲ୍ଲୀ: ଭାରତ ଓ ତାଇୱାନ ମଧ୍ୟରେ ନିଯୁକ୍ତି ସମ୍ପର୍କୀତ ଏକ ବଡ ଚୁକ୍ତି ହେବାକୁ ଯାଉଛି । ଏହି ଚୁକ୍ତି ଅନୁସାରେ ଭାରତର ୧ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତ ଦେବା ତାଇୱାନ ଆଗ୍ରହ ପ୍ରକାଶ କରିଛି । ଉତ୍ପାଦନ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଶ୍ରମିକଙ୍କ ଆବଶ୍ୟକ ଥିବାରୁ ତାଇୱାନ ଭାରତର ସହାୟତା ଲୋଡିଛି । ଚୀନ ନାଗରିକଙ୍କୁ କାର୍ଯ୍ୟରେ ରଖିବା ତାଇୱାନ ଚାହୁଁ ନାହିଁ । ଏହା ବ୍ୟତୀତ ତାଇୱାନ ଯୁବକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କୂଶଳ ଶ୍ରମିକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ତାଇୱାନ ପକ୍ଷରୁ ଦୃଢ଼ତା ସହକାରେ କୁହାଯାଇଛି । ଭାରତ ଇତି ମଧ୍ୟରେ ଶ୍ରମିକ ଆଦାନ ପ୍ରଦାନ ନେଇ ୧୩ ଦେଶ ସହ ଚୁକ୍ତି କରି ସାରିଛି ।
ପୂର୍ବରୁ ଇସ୍ରାଏଲ ମଧ୍ୟ ଭାରତଠାରୁ ୧ ଲକ୍ଷ ଶ୍ରମିକ ମାଗିଥିଲା । ପାଲେଷ୍ଟାଇନ ଶ୍ରମିକଙ୍କୁ ଆଉ କାମ ଯୋଗାଇବା ପାଇଁ ଇସ୍ରାଏଲ ଚାହୁଁନି । ଭାରତ-ତାଇୱାନ ମଧ୍ୟରେ ଯଦି ଏହି ବୁଝାମଣା ହୁଏ ତେବେ ଚୀନ ନିଶ୍ଚିତ ଭାବେ ପ୍ରତିକ୍ରିୟାଶୀଳ ହେବ । ଭାରତ ଓ ତାଇୱାନ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୦୦୧ରୁ ଉଭୟ ଦେଶ ମଧ୍ୟରେ କାରୋବାର ପ୍ରାୟ ୯ ଗୁଣ ବୃଦ୍ଧି ପାଇଛି ।
Comments are closed.