Latest Odisha News

BREAKING NEWS

‘ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ବାତିଲ ହେଉ’, ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନ ସରକାରୀ ବିଜ୍ଞାପନରେ ଲଗାଯାଉଛି, ଏହା ନିର୍ବାଚନ କମିଶନଙ୍କ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଦାବି କରି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ସୁପ୍ରିମକୋର୍ଟ ଓକିଲ ସଞ୍ଜୀବ ଯୋଶୀ,  ସୂର୍ଯ୍ୟକାନ୍ତ ପାଢୀ ଇସିଆଇଙ୍କ ନିକଟରେ ଏହି ଫେରାଦ ହୋଇଛନ୍ତି।

BjdElectrycity

ନିକଟରେ ରାଜ୍ୟ ସରକାର ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଆରମ୍ଭ କରିଛନ୍ତି। ଯେଉଁଥିରେ ଶଙ୍ଖ ଚିହ୍ନର ବ୍ୟବହାର ହୋଇଛି ବୋଲି ଦାବି କରିଛି ବିଜେପି। ଆଗକୁ ନିର୍ବାଚନ ରହିଛି ଏହି ଯୋଜନାକୁ ନେଇ ବିଜେପି ଆପତ୍ତି ଉଠାଇଛି। ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନରେ ବ୍ୟବହାର କରିବା ବେଆଇନ୍ ବୋଲି ଦାବି କରିଛି ବିଜେପି। ଏହି ଯୋଜନାକୁ ଏବେ ଟିଭି, ଖବରକାଗଜ ଏବଂ ବିଭିନ୍ନ ସ୍ଥାନରେ ଥିବା ହୋର୍ଡିଂରେ ବିଜ୍ଞାପନରେ ବ୍ୟବହାର କରାଯାଉଛି। ସରକାରୀ ପଇସାରେ ଶାସକ ଦଳ ଦଳୀୟ ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛି ବିରୋଧୀ।

Leave A Reply

Your email address will not be published.