Latest Odisha News

BREAKING NEWS

ଖୁବ୍ ଶୀଘ୍ର ବିବାହ କରିବେ ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା କେବେ କରିବେ ବିବାହ

ମୁମ୍ବାଇ : ପାନ୍  ଇଣ୍ଡିଆର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି  ।   ଆମେ ଏକଥା କହୁନୁ , ସେ ନିଜେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି  । ବତ୍ତର୍ମାନ ସାମନ୍ଥାଙ୍କ ସହ ଏକ ଫିଲ୍ମ ଆସିବାକୁ ଯାଉଛି  । ଯାହାର ନାମ ହେଉଛି ଖୁସି । କେବଳ ତେଲୁଗୁ ଭାଷା ନୁହେଁ ତାମିଲ , ମାଲାୟାଲାମ୍ , କନ୍ନଡ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି  ।   ସେପ୍ଟେମ୍ବର ୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚିତ୍ର ଖୁସି ।

ତେବେ ଫିଲ୍ମର ଟ୍ରେଲର ଲଞ୍ଚ ବେଳେ ବିଜୟ ତାଙ୍କ ବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି  ।  କହିଛନ୍ତି ସେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କହିଛନ୍ତି ଆଗରୁ ମୁଁ ମୋ ବିବାହ କଥା ଶୁଣି ବିରକ୍ତି ପ୍ରକାଶ କରୁଥିଲି  । ହେଲେ ଏବେ ମୁଁ ମୋ ବିବାହକୁ ନେଇ ଚିନ୍ତା କରିବା ଆରମ୍ଭ କରିଛି । ଭାବୁଛି ଏବେ ବିବାହ କରିନେବା ଉଚିତ୍  । ଆଗାମୀ ଦୁଇ ବର୍ଷରେ ମୁଁ ବିବାହ କରିବାକୁ ଯାଉଛି  । ଏଥିଲାଗି ଖୁବ୍ ଶୀଘ୍ର ମୁଁ ଝିଅ ଖୋଜିବି  ।

ତେବେ ଗତ କିଛି ବର୍ଷ ହେବ ବିଜୟଙ୍କ ନାମ ରଶ୍ମିକା ମନ୍ଦନାଙ୍କ ସହ ଯୋଡା ଯାଉଥିଲା  । ଫ୍ୟାନ୍ସ ମାନେ ବି ଉଭୟଙ୍କ ଯୋଡିକୁ ଖୁବ୍ ପ୍ରଶଂସା କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମିଶି ଦୁଇଟି ଫିଲ୍ମ କରିଛନ୍ତି  । ଉଭୟ ବତ୍ତର୍ମାନ ବଲିଉଡରେ ବି ପ୍ରବେଶ କରିଛନ୍ତି  ।

Leave A Reply

Your email address will not be published.