Latest Odisha News

BREAKING NEWS

G7 ରେ ଯୋଗ ଦେଇ ଆବୁଧାବି ଗଲେ ପ୍ରଧାନମନ୍ତ୍ରୀ

 

ଜି୭ ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ  ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି ।
ସମ୍ମିଳନୀରେ  ବିଶ୍ବ ର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ  ମୋଦି । ମୋଦି ଲେଖିଛନ୍ତି  ମ୍ୟୁନିଚରେ ଏକ ସ୍ମରଣୀୟ ସଭାରେ  ଭାଗ ନେବା ସହ ପୃଥିବୀ ର ସୁସ୍ଥତା ଏବଂ ସମୃଦ୍ଧତାକୁ ଲକ୍ଷ୍ୟ କରି ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସମର୍ଥ ହେଲୁ  ।   ଭ୍ରମଣ ସମୟରେ ଆତିଥ୍ୟ ପାଇଁ ମୁଁ ଜର୍ମାନୀବାସୀ ଏବଂ  ଜର୍ମାନ ସରକାରଙ୍କୁ ଧନ୍ୟବାଦ ଦେଉଛି  । ମୁଁ ନିଶ୍ଚିତ ଯେ ଭାରତ-ଜର୍ମାନୀ ବନ୍ଧୁତା ଭବିଷ୍ୟତରେ ନୂତନ ଉଚ୍ଚତା ଛୁଇଁବ ।

ଶିଖର ସମ୍ମିଳନୀର ଅଧିବେଶନ କାଳରେ  ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିଥିଲେ ମୋଦି । ଏହା ସହ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ମୋଦି ।

ଜର୍ମାନୀ ଗସ୍ତ କାଳରେ  ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରି ଭାଷଣ ଦେଇଥିଲେ ମୋଦି ।

ଭାରତ ଫେରିବା ବାଟରେ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଆଜି ରହିବେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ  ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ  ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବେ ମୋଦି ।

ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏବେ ୟୁଏଇରେ ଅଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଦେଖା ସାକ୍ଷତ ହେବ କି ନାହିଁ ତାହା ଜଣାପଡିନାହିଁ ।

 

Leave A Reply

Your email address will not be published.