Latest Odisha News

BREAKING NEWS

ଯୁବକଙ୍କୁ ଅପହରଣ ପରେ ଲକ୍ଷେ ଟଙ୍କା ମାଗିଲେ ଦୁର୍ବୃତ୍ତ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ଜଣେ ଯୁବକଙ୍କୁ ଉଠାଇ ନେଇ ତାଙ୍କ ମୁଣ୍ଡ ଜାମିନ ରଖିବା ସହ ଲକ୍ଷେ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ଭରତପୁର ଥାନା ଅଞ୍ଚଳରୁ ।

ମିଳିଥିବା ଖବର ମୁତାବକ, ଶନିବାର ସମ୍ ହସ୍ପିଟାଲ ଛକରୁ କଣ୍ଟ୍ରାକ୍ଟର ମୁନା ଚାନ୍ଦ ନାୟକଙ୍କୁ ଅପହରଣ କରିନେଇଥିଲେ କିଛି ଦୁର୍ବୁତ୍ତ । ଏହାପରେ ତାଙ୍କ ପରିବାର ଲୋକଙ୍କୁ ଲକ୍ଷେ ଟଙ୍କା ଦିଅ ଯୁବକଙ୍କୁ ଫେରାଇ ନିଅ ବୋଲି ଧମକ ଦେଇଥିଲେ । ହେଲେ ପରିବାର ଲୋକେ ଟଙ୍କା ନଦେବାରୁ ମୁନା ଚାନ୍ଦଙ୍କୁ ନିସ୍ତୁକ ମାଡ ମାରିବା ସହ ଡମଣା ଛକରେ ଫୋଫାଡ଼ି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।

ଘଟଣା ସମ୍ପର୍କରେ ଖବର ପାଇ ମୁନାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । କଣ୍ଟ୍ରାକ୍ଟରଙ୍କୁ ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭରତପୁର ଥାନା ପୋଲିସ ।

Comments are closed.