Latest Odisha News

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ନେଇ କ’ଣ ରହିଲା କେନ୍ଦ୍ରର ନିଷ୍ପତ୍ତି ଜାଣନ୍ତୁ..

ନୂଆଦିଲ୍ଲୀ: କୋଲକାତା ଆର.ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ବିଭାଗକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଡାକ୍ତରଖାନାରେ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ତୁଳନାରେ ଆହୁରି ୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ତୁରନ୍ତ ସୁରକ୍ଷା ସମ୍ବନ୍ଧୀୟ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଡାକ୍ତରଖାନାରେ ମାର୍ଶଲ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ଏହା ମଧ୍ୟ କୁହାଯାଇଛି ଯେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହେଉଥିବା ହିଂସାକୁ ମୁକାବିଲା କରିବା ପାଇଁ ଏକ ନୂତନ କେନ୍ଦ୍ରୀୟ ଆଇନ ଆଣିବା ର କୌଣସି ଆବଶ୍ୟକ ନାହିଁ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀ, ଆନ୍ଦୋଳନରତ ଡାକ୍ତରଙ୍କ ସହ ନିରନ୍ତର ଆଲୋଚନା କରୁଛି, ଯେଉଁଥିରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଫେଡେରେସନ୍ ଅଫ୍ ରେସିଡେନ୍ସ, ଡାକ୍ତର ସଂଘ ଏବଂ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ଅନ୍ତର୍ଭୁକ୍ତ । ଏହି ବୈଠକ ପରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ଯେଉଁଥିରେ ଡାକ୍ତରଙ୍କ ପାଇଁ ଡାକ୍ତରଖାନାର ସୁରକ୍ଷା ତଥା ସୁବିଧା ଏବଂ ସେମାନଙ୍କ କାର୍ଯ୍ୟ ସମୟ ଏବଂ କ୍ୟାଣ୍ଟିନ ସେବା ଉପରେ ଆଲୋଚନା ହେବ ।

ପଶ୍ଚିମବଙ୍ଗ ସରକାର ମଧ୍ୟ ଡାକ୍ତରଖାନାରେ ମହିଳାଙ୍କୁ ନାଇଟ୍ ଡ୍ୟୁଟି ନପକାଇବାକୁ ନିବେଦନ କରିଛନ୍ତି । ଯଦି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ନିୟୋଜିତ କରାଯାଏ ଯେବେ ଏକାଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ରାତିରେ ଡାକ୍ତରଖାନାର କୌଣସି ସ୍ଥାନକୁ ଗଲେ ତାଙ୍କ ସହ ଜଣେ ଗାର୍ଡ ରହିବେ ।

ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲଗାଯାଇ ନିରନ୍ତର କଡା ନଜର ରଖାଯିବ । ଖାଲି ସେତିକି ନୁହଁ କରିଡର, ଅନ୍ଧାର ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଯିବ । ନାଇଟ୍ ଡ୍ୟୁଟିରେ ଆସୁଥିବା ମହିଳାଙ୍କୁ ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଅଣାଯିବ ।

ଜରୁରୀକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହି ଠାରୁ ସାହାଯ୍ୟ କରାଯିବ । ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ ।

Comments are closed.