Latest Odisha News

BREAKING NEWS

ମରିଗଲା ପୋଷା କୁକୁର, ମାଲିକ ଖୋଲିଲେ ଭାରତର ପ୍ରଥମ ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ

ଭୁବନେଶ୍ୱର: ବର୍ଷେ ପୂର୍ବରୁ ପ୍ରାଣ ହରାଇଥିଲା ପୋଷା କୁକୁର । ଦୁଃଖରେ ଭାଙ୍ଗିପଡିଥିଲେ ଗୁଜରାଟର ଜଣେ ବ୍ୟକ୍ତି । ଉପଯୁକ୍ତ ଚିକିତ୍ସା ତଥା ଚିକିତ୍ସା ପ୍ରଣାଣୀ ଥିଲେ ବୋଧ ହୁଏ ତାଙ୍କ କକୁରର ଜୀବନ ବଂଚିପାରିଥାନ୍ତା । ଏହି କଥା ଭାବି ଶେଷରେ ଭାରତର ପ୍ରଥମ ଭେଟରିନାରୀ ଭେଣ୍ଟିଲେଟର୍ ହସ୍ପିଟାଲ ଖୋଲିଲେ ସେହି କୁକୁର ମାଲିକ ।

କରୋନା ମହାମାରୀ ସମୟରେ ଗୁଜରାଟ ଅହମଦାବାଦର ସୈଭଲ ଦେଶାଇଙ୍କ କୁକୁର ରୋଗାକ୍ରାନ୍ତ ହୋଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ପୋଷା କୁକୁର ପ୍ରାଣ ହରାଇଥିଲା । ନିଜ ଦୁଃଖକୁ ପ୍ରେରଣାର ରୂପ ଦେଇ ସେ ଖୋଲିଛନ୍ତି ୱାନ୍ ଷ୍ଟପ୍ ସଲ୍ୟୁସନ୍ ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ । ଏହି ହସ୍ପିଟାଲରେ ଅପରେସନ ଥିଏଟରଠାରୁ ଆରମ୍ଭ କରି ଭେଟ୍ ଭେଣ୍ଟିଲେଟର୍ ବ୍ୟବସ୍ଥା ମଧ୍ୟ ରହିଛି ।

ପଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଚିକିତ୍ସାଳୟର ନାଁ ରହିଛି ବେଷ୍ଟ ବଡ୍ସ ପେଟ୍ ହସ୍ପିଟାଲ । ଚିକିତ୍ସା ଅଭାବରୁ ଯେମିତି ଅନ୍ୟ କାହାରି ପୋଷା କୁକୁର ହୁଅନ୍ତୁ ଅବା ବୁଲା ପଶୁଙ୍କ ମୃତ୍ୟୁ ନ ହୁଏ, ସେହି ଉଦ୍ଦେଶ୍ୟରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲିଥିଲେ ବୋଲି ସୈଭଲ ଦେଶାଇ ପ୍ରକାଶ କରିଥିଲେ । ଏହି ହସ୍ପିଟାଲରେ ଡାକ୍ତର ଦିବ୍ୟେଶ କେଲାୱାୟା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ନିୟୋଜିତ ହୋଇଛନ୍ତି । ତେବେ ଏହି ହସ୍ପିଟାଲରେ ସମସ୍ତ ପ୍ରଜାତିର ପଶୁ ବିନା ମୂଲ୍ୟରେ ଚିକିତ୍ସିତ ହୋଇପାରିବେ ବୋଲି ସୈଭଲ ଘୋଷଣା କରିଛନ୍ତି ।

Leave A Reply

Your email address will not be published.