Latest Odisha News

BREAKING NEWS

ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନ

ଦିଲ୍ଲୀ : ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ବିଶିଷ୍ଟ ସେବା ପଦକ । ଆଜି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଚଣ୍ଡିପ୍ରସାଦଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ।

ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ୟ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍‌ ଭାବେ ଅତ୍ୟନ୍ତ ଦାୟିତ୍ୱ ସମ୍ପର୍ଣ୍ଣ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ୟ୍ୟ କରି ଆସିଥିଲେ । ଜମ୍ମୁ-କଶ୍ମୀରରେ ଏବଂ ପରେ ଉତ୍ତର ପୂର୍ବରେ ନିୟନ୍ତ୍ରଣ ରେଖାରେ ନିୟୋଜିତ ବାଟାଲିୟନର ବ୍ରିଗେଡ୍‌ କମାଣ୍ଡର ଭାବେ ତାଙ୍କର କାର୍ୟ୍ୟ ଉଲ୍ଲେଖନୀୟ ରହିବା ସହ ଅନ୍ୟମାନଙ୍କ ପାଇଁ ଉହାହାରଣ ପାଲଟିଥିଲା।

Leave A Reply

Your email address will not be published.