Latest Odisha News

BREAKING NEWS

ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ୱର : ଇଲେକ୍ଟୋନିକ୍ସ ଶିଳ୍ପରେ ଆଗୁଆ ହେବ ଓଡିଶା । ଓଡିଶାର ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟକୁ ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବା ପାଇଁ ଲକ୍ଷ ରଖାଯାଇଛି । ୧୦ ଟି ନୂତନ ପୂଞ୍ଜି ନେବିଶ ଓ ଉତ୍ପାଦନ ଭିତ୍ତିକ ସହାୟତା ଯୋଗାଇ ଦିଆଯିବ । ଇସିଡିଏମ୍ ୟୁନିୟକୁ ପୁଞ୍ଜି ନିବେଶ ଆଧାରରେ ସହାୟତା ମିଳିବ । ଉଦ୍ୟୋଗୀ ମାନଙ୍କୁ ୧୦ କୋଟିରୁ ୨୫୦ କୋଟି ପର୍ୟ୍ୟନ୍ତ ସହାୟତା ଦିଆଯିବ ।

ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ, ଅନୁଧ୍ୟାନ ଫି ୫ ବର୍ଷ ଯାଏଁ ଛାଡ ଦିଆଯିବ । ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍‌ ବିଲ୍‌ର ୩୦ ପ୍ରତିଶତ ସର୍ବାଧିକ ଟ.୫୦,୦୦ ଲକ୍ଷ ପର୍ୟ୍ୟନ୍ତ ରିହାତି ମିଳିବ । ଏହାସହ ଉଦ୍ୟୋଗୀଙ୍କୁ ଜମି କ୍ରୟରେ ଷ୍ଟାମ୍ପ ଡ୍ୟୁଟି ଛାଡ ହେବ  । ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦ ପ୍ରତିଶତ  ଏବଂ ଦ୍ୱିତୀୟଥର ପାଇଁ ୫୦ ପ୍ରତିଶତ ଛାଡ଼ କରାଯିବ।

ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ଯୋଗାଇ ଦିଆଯିବ।ମହିଳା, ଅନୁସୂଚୀତ ଜାତି , ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ପର୍ୟ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଲିଜ୍‌ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫ ପ୍ରତିଶତ ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ରିହାତି ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।

ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସଫଳ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟୀକ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ ଏସଜିଏସଟି ଛାଡ଼ କରାଯିବ। ଶିଳ୍ପ ଅନଗ୍ରସର ଅଞ୍ଚଳରେ ସ୍ଲାପଏ କରୁଥିବା ପ୍ରଥମ ୫ଟି କମ୍ପାନୀକୁ ପ୍ରଥମ ୩ ବର୍ଷ ପାଇଁ ୧୦୦ ପ୍ରତିଶତ ମ୍ୟୁନିସ୍‌ଲଟି ଟ୍ୟାକ୍ସ ଛାଡ଼ କରାଯିବ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏହି ପଲିସିର କାର୍ୟ୍ୟାନ୍ୱୟ ତଦାରଖ କରାଯିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଓକାକ ବିଭିନ୍ନ ପ୍ରକାର କାର୍ୟ୍ୟର ତଦାରଖ କରିବ ବୋଲି ସୂଚନା ମିଳିଛି ।

 

 

 

Leave A Reply

Your email address will not be published.