ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ନୀତିଶ କୁମାର । ନୀତିଶ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବାରୁ ନିର୍ବାଚନ କରାଇ ପାରନ୍ତି । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ସମାନ କଥା କହିଥିଲେ । ଡିସେମ୍ବର କିମ୍ବା ଜାନୁଆରୀରେ ନିର୍ବାଚନ ହୋଇପାରେ ବୋଲି କହିଥିଲେ । ମମତା କହିଥିଲେ, ବିଜେପି ଉପରେ ଭରସା କରି ହେବନି । ଡିସେମ୍ବର କିମ୍ବା ଜାନୁଆରୀରେ ସାଧାରଣ ନିର୍ବାଚନ କରାଇ ପାରନ୍ତି ।
ମମତାଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରାଇ ପାରନ୍ତି । ୭-୮ମାସ ପୂର୍ବରୁ ନିର୍ବାଚନ ହୋଇପାରେ । ତେଣୁ ସେ ଇଣ୍ଡିଆ ମେଣ୍ଟର ସମସ୍ତ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ।
ଆଗୁଆ ନିର୍ବାଚନ ସୂଚନା ଦେଇ ମମତା କହିଥିଲେ, ପ୍ରଚାର ପାଇଁ ସମସ୍ତ ହେଲିକପ୍ଟରକୁ ଗେରୁଆ ଦଳ ଦ୍ୱାରା ବୁକ୍ କରାଯାଇଛି । ‘ତେଣୁ ମୋର ଆଶଙ୍କା ରହିଛି ଯେ ଲୋକସଭା ନିର୍ବାଚନ ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରୀରେ ହୋଇପାରେ। ବିଜେପି ପାଇଁ ସବୁକିଛି ସମ୍ଭବ ।’
Comments are closed.