Latest Odisha News

BREAKING NEWS

ଭାଙ୍ଗିଲା ଜନତା ଏବଂ ସରକାର ମଧ୍ୟରେ ପାଚେରୀ, ଦୀର୍ଘ ବର୍ଷ ପରେ ଲୋକଙ୍କ ଦୁଃଖ ସିଧା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରାବର। ଲୋକେ ଶୁଣାଇଲେ ସମସ୍ୟା, ଆଉ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଦେଲେ ସମାଧାନର ନିର୍ଦ୍ଦେଶ। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଲୋକମାନେ ନିଜ ଦୁଃଖ ବା ସମସ୍ୟା ଶୁଣାଇଛନ୍ତି ନିଜ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ବିଭିନ୍ନ ସ୍ଥାନରୁ ଆସିଥିଲେ ଅଭିଯୋଗ ଶୁଣାଣି କରିବା ପାଇଁ। ଆଉ ଲୋକମାନେ ନିଜ ସମସ୍ୟା ବାବଦରେ କହି ଖୁସି ପ୍ରକଟ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିବାରୁ ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ପୂର୍ବ ସରକାରରେ ସେମାନଙ୍କ ଅଭିଯୋଗ କାଲ କାନରେ ପଡ଼ିଥିଲା।

ଏବେ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟକ୍ତିଗତ ଭାବେ ରାଜ୍ୟର ଦୁର୍ଗମ ପ୍ରାନ୍ତରୁ ମଧ୍ୟ ସଭାସ୍ଥଳକୁ ଆସିଥିବା ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅଭିଯୋଗ ଶୁଣୁଥିବାରୁ ସୋମବାର ବହୁ ସଂଖ୍ୟାରେ ଲୋକ ଆସି ସରକାରଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିଜର ସମସ୍ୟା ବାଣ୍ଟିବାରେ ସକ୍ଷମ ହୋଇଥିବାରୁ ଲୋକମାନେ ମଧ୍ୟ ଖୁସି ଅଛନ୍ତି ଏବଂ ସେମାନଙ୍କ ଅଭିଯୋଗର ସମାଧାନ ହେବ ବୋଲି ଆଶା ରଖିଛନ୍ତି। ଭୁବନେଶ୍ୱର ୟୁନିଟ୍-୫ ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି ଚାଲିଛି। ସୋମବାର ଗୋଟିଏ ଦିନରେ ପାଖାପାଖି ପନ୍ଦର ଶହ ଜଣ ପଂଜିକରଣ କରିଥିଲେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.