ବରଗଡ଼: ନିକଟରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ଘୋଷଣା ପରେବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ମଧ୍ୟ ନିଜର ବର୍ଦ୍ଧିତ ଦରମା ଟଙ୍କା ଦାନ କରିବେ ବୋଲି କହିଛନ୍ତି ।
ନିଜର ବର୍ଦ୍ଧିତ ଦରମା ଟଙ୍କା ବରଗଡ଼ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କିମ୍ବା ଜିଲାପାଳଙ୍କ ରେଡକ୍ରସ ପାଣ୍ଠିକୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏହାକୁ ସାଧାରଣ ଜନତାଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏନେଇ ସେ ତାଙ୍କର ସୋସିସଆଲ ମିଡିଆ ଏକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ତାଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି ।