Latest Odisha News

BREAKING NEWS

ପ୍ୟାଙ୍ଗୋଗ ପରେ ଲଦାଖ-ଦେପସାଙ୍ଗ ନେଇ ଚୀନ ସହ ହୋଇପାରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖକୁ ନେଇ ବର୍ଷେ ହେଲା ଜାରି ରହିଥିବା ବିବାଦ ଶେଷ ହେବା ଉପରେ । ଦୁଇ ଦେଶ ମଧ୍ୟରେ ପ୍ୟାଙ୍ଗୋଗକୁ ନେଇ ବୁଝାମଣା ହୋଇଛି । ଏପ୍ରିଲ୍ ୨୦୨୦ ପୂର୍ବ ସ୍ଥିତି ଲାଗୁ କରିବାକୁ ଚେଷ୍ଟା କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସଂସଦରେ ବୁଝାମଣା ନେଇ ଘୋଷଣା କରିଥିଲେ । ଗୁରୁବାର ସନ୍ଧ୍ୟାରେ ହିଁ ଲଦାଖ ସୀମାରୁ ସେନା ପଛକୁ ହଟିବା ଚିତ୍ର ସାମ୍ନାକୁ ଆସିଥିଲା ।

କିନ୍ତୁ, ଏହା ଉପରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧି କିଛି ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛନ୍ତି । ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି କି ଭାରତ ଚୀନକୁ ଜମି ଦେଇ ଦେଇଛି ।

କେମିତି ଲାଗୁ ହେବ ଚୁକ୍ତି ?

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘୋଷଣା ଅନୁସାରେ, ଦୁଇ ଦେଶର ସେନା ପୂର୍ବ ଲଦାଖ ସୀମାରେ ନିଜ ନିଜର ଯବାନମାନଙ୍କୁ ପଛକୁ ହଟାଇବେ । ଏହି ପ୍ରକାରେ ଚୀନ ପ୍ୟାଙ୍ଗୋଗ୍ ହ୍ରଦର ଫିଙ୍ଗର ୯ରେ ରହିବ ଏବଂ ଭାରତ ଫିଙ୍ଗର ୩ର ଧନ ସିଂହ ଥାପା ପୋଷ୍ଟରେ ରହିବ ।

ଉତ୍ତର ପାର୍ଶ୍ୱ ସହ ଦକ୍ଷିଣ ପାର୍ଶ୍ୱରୁ ମଧ୍ୟ ଯବାନଙ୍କୁ ପଛକୁ ନିଆଯିବ । ଏହି ପ୍ରକ୍ରିୟା ସମାପ୍ତ ନହେବା ଯାଏ ଦୁଇ ଦେଶ ସୀମାରେ ପାଟ୍ରୋଲିଂ କରିବେ ନାହିଁ । ଦୁଇ ଦେଶର ସେନା ସୀମା ବିବାଦକୁ ନେଇ ଏକାଧିକ ଥର ଆଲୋଚନା କରିଛନ୍ତି । ବୁଝାମଣା ଅନୁସାରେ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି ।

ଏବେ ହୋଇଥିବା ଚୁକ୍ତିର ମୁଖ୍ୟ ଫୋକସ୍ ହେଉଛି ପ୍ୟାଙ୍ଗୋଗ ହ୍ରଦକୁ ନେଇ ଜାରି ବିବାଦର ଅନ୍ତ । କିନ୍ତୁ, ଭାରତ ଦୀପସାଙ୍ଗ ବିବାଦ ଉପରେ ବି ନଜର ରଖିଛି । ୨୦୧୩ରେ ଦୀପସାଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏଠାରେ ମଧ୍ୟ ୨ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏଠାରେ ଗତବର୍ଷ ଗୁଳିଗୋଳା ବର୍ଷଣ ହୋଇଥିଲା । ଭାରତ ଏଠାରେ କୈଳାସ ରେଞ୍ଜରେ ନଜର ରଖିଛି । ଏଥିସହ ହଟସ୍ପ୍ରିଙ୍ଗ, ଘୋଘରା ଭଳି ବିବାଦୀୟ ସ୍ଥାନକୁ ନେଇ ଭାରତ ଓ ଚୀନ ସେନା ବୈଠକରେ ଆଲୋଚନା କରିପାରନ୍ତି ।

Leave A Reply

Your email address will not be published.