Latest Odisha News

BREAKING NEWS

ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ତାତିଲେ ଚାଷୀ । ରାସ୍ତାରେ ଧାନ ଢ଼ାଳି ପ୍ରତିବାଦ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଉପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ । ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ ।

Leave A Reply

Your email address will not be published.