Latest Odisha News

BREAKING NEWS

ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି

ରାଜସ୍ଥାନ : ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି । ଗେହଲଟ-ପାଇଲଟ ବିବାଦରେ ପଡ଼ିବ ପୂର୍ଣ୍ଣଛେଦ । ଦେଢ଼ବର୍ଷ ଧରି ରାଜସ୍ଥାନ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଆଡକୁ ଗତି କରୁଛି । ଅଗଷ୍ଟ ୧୦ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ, ଏଥିରେ ପାଇଲଟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ । ଏ ନେଇ ରାଜସ୍ଥାନ ପ୍ରଭାରୀ ଅଜୟ ମାକନ ଓ ସଚିନ ପାଇଲଟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛି ।

ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତାଙ୍କ କହିବା ମୁତାବକ, ମନ୍ତ୍ରିମଣ୍ଡଳ ବିସ୍ତାରରେ ବଡ଼ ଧରଣର ଅଦଳବଦଳ ହୋଇପାରେ । କ୍ୟାବିନେଟ ପୁନର୍ଗଠନ କରାଯିବା ସହ ଦଳ ଭିତରେ ଥିବା ସବୁ ପୁରୁଣା ବିବାଦର ସମାଧାନ କରାଯିବ । ହେଲେ କ୍ୟାବିନେଟ ବିସ୍ତାରରେ ସଚିନ୍ ପାଇଲଟଙ୍କ ଭୂମିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସଚିନଙ୍କୁ କେଉଁ ଦାୟିତ୍ବ ଦିଆଯିବ, ତାହା ଜଣାପଡ଼ିନି । ସଚିନଙ୍କୁ ଗୁଜରାଟ ନିର୍ବାଚନ ଦାୟିତ୍ବ ସହ ମହାସଚିବ ଦାୟିତ୍ବ ଦିଆଯାଇପାରେ ବୋଲି କୁହାଯାଉଛି । ସଚିନଙ୍କ ସମର୍ଥକ ବିଧାୟକଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ଦିଆଯିବା ସହ ଲୋକାଲ ବଡିରେ ବି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.