Latest Odisha News

BREAKING NEWS

ବୁଲେଟ୍ ପାଇଁ ବୋହୂକୁ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ସଦର ଥାନା ଖେଡ଼ପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ବାବଦରେ ବୁଲେଟ୍ ନଦେବାରୁ ବୋହୂକୁ ହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧୁପୁର ଗାଁର ସୁଭଦ୍ରା ନାୟକ ଖେଡ଼ପଡ଼ାର ଦିଲ୍ଲୀପଙ୍କୁ ବିବାହ କରିଥିଲେ । ଯୌତୁକରେ ଏକ ବୁଲେଟ୍ ଦାବି କରିଥିଲେ ବରପକ୍ଷ । କନ୍ୟାପକ୍ଷ ରାଜି ହୋଇଥିଲେ ମଧ୍ୟ ବାହାଘରର ୩ମାସ ପର୍ଯ୍ୟନ୍ତ ବୁଲେଟ୍ ଦେଇ ପାରିନଥିଲେ । ଏଥିପାଇଁ ଅନେକ ସମୟରେ ଶାଶୂଘର ଲୋକ ସୁଭଦ୍ରାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଝିଅ ସୁଭଦ୍ରାଙ୍କୁ ହତ୍ୟା କରି ପଙ୍ଖାରେ ଝୁଲାଇ ଦେଇଥିବା ବାପଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରିଥିବା ବେଳେ, ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.