Latest Odisha News

BREAKING NEWS

ରଣବୀରଙ୍କ ପରେ ଆଲିଆ ଭଟ୍ଟଙ୍କୁ କରୋନା

ମୁମ୍ବାଇ: ଆଉ ଜଣେ ବଲିଉଡ୍ ବିଉଟିଙ୍କୁ କରୋନା । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ଆଲିଆ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି- ‘କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୁଁ ନିଜକୁ ହୋମ୍ ଆଇସେଲସେନରେ ରଖିଛି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଛି ।’

ବିଗତ ଦିନରେ ଆଲିଆ ଭଟ୍ଟଙ୍କ ପୁରୁଷ ବନ୍ଧୁ ରଣବୀର କପୁର କରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରିବା ସହ ଘରେ ରହି ଚିକିତ୍ସିତ ହେଉଥିଲେ । ଏବେ ରଣବୀରଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିସାରିଛି ।

ଏବେ ଆଲିଆ ଭଟ୍ଟ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ନିକଟର ଆଲିଆ-ରଣବୀରଙ୍କ ସହ ମୁମ୍ବାଇର ଜୁହୁରେ ନଜର ଆସିଥିଲେ । ଆଲିଆ-ରଣବୀର ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ମରେ କାମ କରୁଛନ୍ତି । ଏଥିରେ ଆଲିଆ-ରଣବୀରଙ୍କ ସମେତ ଅଭିନେତା ଅମିତାଭ ବଚ୍ଚନ, ମୌନି ରାୟ ଓ ନାଗାର୍ଜୁନ ବି ନଜର ଆସିବେ ।

Leave A Reply

Your email address will not be published.