Latest Odisha News

BREAKING NEWS

ମୁମ୍ବାଇ ବିପକ୍ଷରେ ଆରସିବିର ଜବରଦସ୍ତ ବିଜୟ, ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ

ବେଙ୍ଗାଲୁରୁ: ରବିବାର ଖେଳାଯାଇଥିବା ଆଇପିଏଲ ମହାମୁକାବିଲାରେ ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଛି। ମୁମ୍ବାଇକୁ ୮ ଓ୍ୱିକେଟରେ ପରାସ୍ତ କରି ଆରସିବି ବିଜୟ ଅଭିଯାନ ଆରମ୍ଭ କରିଛି। ଏଥିସହିତ ଚଳିତ ସିଜିନରେ ସମସ୍ତ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି। ଯେଉଁଥିରେ ରାଜସ୍ଥାନ ରୟାଲ୍ସ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆରସିବି ଆଗରେ ୧୭୨ ରନ୍‌ର ଲକ୍ଷ୍ୟ ଥିଲା। ଯାହା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲିଙ୍କ ପ୍ରଥମ ଓ୍ୱିକେଟର ଭାଗିଦାରୀରେ ୧୪୮ ରନ୍ ହୋଇଥିଲା। ୨ଟି ୱିକେଟ୍ ହରାଇ ଆରସିବି ୧୬.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଯେଉଁଥିରେ କୋହଲି ୮୨ ରନ କରି ଏକ ଚମତ୍କାର ଇନିଂସ ଖେଳିଥିଲେ।

କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲି ୧୭୨ ରନକୁ ଲକ୍ଷ୍ୟରେ ରଖି ଦଳ ପାଇଁ ଇନିଂସ ଆରମ୍ଭ କରିଥିଲେ। ଉଭୟ ମିଶି ପ୍ରଥମ ୬ ଓଭରରେ ଦଳର ସ୍କୋରକୁ ୫୩ ରନରେ ପହଁଚାଇଥିଲେ। ଏହା ପରେ ଡୁ ପ୍ଲେସିସ୍ ଏବଂ କୋହଲି ନିଜର ଆକ୍ରମଣାତ୍ମକ ଶୈଳୀ ଜାରି ରଖି ରନର ବେଗ ବଢ଼ାଇଥିଲେ।

ଏହି ମ୍ୟାଚରେ ଫାଫ ଡୁ ପ୍ଲେସିସ୍ ମାତ୍ର ୩୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବାବେଳେ କୋହଲି ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ କରିଥିଲେ । ସେ ୩୮ ବଲରେ ୫୦ ରନ୍ ସଂଗ୍ରହ କରିଥିଲେ।

ପଏଣ୍ଟ ଟେବୁଲରେ କିଏ କେଉଁଠି?

ରାଜସ୍ଥାନ ରୟାଲ୍ସ ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପ୍ରଥମ ମ୍ୟାଚରେ ୭୨ ରନରେ ଜିତିଥିଲା। ଏହା ପରେ ଦଳର ନେଟ୍ ରନରେଟ୍ ମଧ୍ୟ ପଏଣ୍ଟ ଟେବୁଲରେ ୨ ପଏଣ୍ଟ ହୋଇଛି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଯିଏକି ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରିଛି। ଲକ୍ଷ୍ନୌ ଦଳର ନେଟ୍ ରନ୍ ରେଟ୍ ବର୍ତ୍ତମାନ ୨.୫୦୦ ରହିଛି।

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ବର୍ତ୍ତମାନ ୨ ପଏଣ୍ଟ ସହ ନେଟ୍ ରନରେଟ୍ ମଧ୍ୟ ୧.୯୮୧ ଥିବାବେଳେ ଚତୁର୍ଥ ସ୍ଥାନ ଡିପେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସର ନେଟ୍ ରନ ରେଟ୍ ବର୍ତ୍ତମାନ ୦.୫୧୪ ରହିଛି।

ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିବା ପଞ୍ଜାବ କିଙ୍ଗ୍ସର ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୫ମ ସ୍ଥାନ ଅଧିକାର କରିଛି। ଯାହାର ନେଟ୍ ରନ ରେଟ୍ ୦.୪୨୫ ରହିଛି। ସେହିପରି ପଞ୍ଜାବ କିଙ୍ଗ୍ସ ଦଳ ୬ତମ ସ୍ଥାନରେ ପରେ କୋଲକାତା ଏବଂ ଚେନ୍ନାଇ ରହିଛି। ପଏଣ୍ଟ ଟେବୁଲର ଶେଷ ତିନୋଟି ସ୍ଥାନ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ରହିଛି।

Leave A Reply

Your email address will not be published.