Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସକଳ ରୀତିନୀତିକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ଅତି ସୁନ୍ଦର ଭାବରେ ସେବକ ମାନଙ୍କ ପରିକଳ୍ପନା ହୋଇଛି। କେତେକ ସେବକ ଗୋଟିଏ ଗୋଟିଏ ସେବାକୁ ଆପଣେଇ ଥିବା ସମୟରେ ଅନ୍ୟ କିଛି ସେବକ ଏକରୁ ଅଧିକ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେହିପରି ଜଣେ ସେବକ ହେଲେ “ଦେଉଳ ପୁରୋହିତ “ଶ୍ରୋତ୍ରିୟ ବ୍ରlହ୍ମଣ କୂଳରେ ଜନ୍ମିତ ଏହି ସେବକ ବଂଶାନୁକ୍ରମିକ ଭାବରେ ଏହି ସେବା କରୁଥିଲେ ମଧ୍ୟ ଏମାନଙ୍କ ପାଇଁ କୌଣସି ଶାଢ଼ୀବନ୍ଧା ବ୍ୟବସ୍ଥା ନାହିଁ। ଏମାନେ ମୁଖ୍ୟତଃ ନିମ୍ନ ଲିଖିତ କାର୍ଯ୍ୟ ସମ୍ପାଦନ କରିଥାନ୍ତି ଯଥା —
୧ . ଅକ୍ଷୟ ତୃତୀୟା ଦିନ ରଥ ଅନୁକୂଳ, ଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା
୨ . ପୌଷ ପୁର୍ଣିମା ରେ ସକାଳ ଧୂପ ସମୟରେ ପଢିଆରୀ ନିଯୋଗ ଗୃହ ସାମନା ରେ ହୋମ ସମ୍ପାଦନ
୩ . ବାମନ ଜନ୍ମ ପୂର୍ବ ଦିନ ପବିତ୍ରାଧୀବାସ କର୍ମ ସମ୍ପାଦନ
୪ . ଭାଦ୍ରବ ଶୁକ୍ଳ ଏକାଦଶୀ (ପାର୍ଶ୍ଵପରିବର୍ତନ )ଦିନ ଅନନ୍ତ ବାସୁଦେବ ମନ୍ଦିରରେ ହୋମ
୫ . ଅଶ୍ୱିନ ଷୋଳପୂଜାରେ ବିମଳାଙ୍କ ପୀଠ ରେ ପ୍ରଚାରକ କର୍ମ
୬. ପୁଷ୍ୟାଭିଷେକ ପାଇଁ ଅଙ୍କୁରାରୋପଣ, ଜଳ ଅଧିବାସ ଅଭିଷେକ, ଖଇ କୋରା ଭୋଗ ଓ ଛାମୁରେ ଦର୍ପଣାଧୀବାସ କର୍ମ
୭ . ସର୍ବୋପରି ନବକଳେବର ସମୟରେ ବନଯାଗ ରେ ଯୋଗଦାନ

ଏହି ନିଷ୍ଠାବାନ ସେବକଙ୍କ ପରି ଅନ୍ୟ ସେବକଙ୍କ ବିଷୟରେ ଜାଣିବା ଆଗାମୀ ଅଧ୍ୟାୟରେ, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

“ଯଜ୍ଞ ପୁରୁଷ ଦାମୋଦର
ସର୍ବ ଦେବତା କଳେବର ।
ଅଶେଷ ଭୁବନ ଈଶ୍ୱର
ଅଜ୍ଞାନୀ ଜନେ ଅଗୋଚର ।”

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.