Latest Odisha News

BREAKING NEWS

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ
ଏ ଚାରିଟିର ସାରମର୍ମ
ବୁଝି କରିଲେ ଆଚରଣ
ଜୀବନ ଶାଂତି ପରିପୂର୍ଣ

ଅଶାଂତ ମନ ମଧ୍ୟେ ଭ୍ରମ
ହୁଅଇ ଯଦି କାର୍ଯକ୍ଷମ
କାୟା ସହିତ ରହେ ଛାୟା
ସ୍ପୃହାରେ ମିଶିଯାଏ ମାୟା

ଗଚ୍ଛିତ ତତ୍ତ୍ବକୁ ମାନିଲେ
ନୂତନ ତଥ୍ୟ ନ ଜାଣିଲେ
ମଣିଷ ହୁଅଇ ସଂକୀର୍ଣ
ଦୁର୍ଭାବନାରେ ପରିପୂର୍ଣ

ପ୍ରକୃତି ସହ ସମନ୍ବୟ
ରଖି ଚଳିଲେ ନାହିଁ ଭୟ
କିଂତୁ ଧର୍ମର ସୌଦାଗର
ସୃଷ୍ଟି କରଂତି ନୂଆଁ ଡର

ଚେତନା କଲେ ବିଖଂଡିତ
କେହି ତ ହୁଏନି ଦଂଡିତ
ତେଣୁ ତ ଗୁଜବ ପ୍ରଚାର
ହୋଇଛି ଏବର ବେପାର

ବାସ୍ତବତାକୁ ଭୁଲିଯାଇ
ଯେ ପାରେ ସତ୍ୟକୁ ଲୁଚାଇ
ତାହାର ଠାଣି ଆଉ ବାଣୀ
କେବଳ କଳ୍ପିତ କାହାଣୀ

Leave A Reply

Your email address will not be published.