ଭୁବନେଶ୍ବର : ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ । ରାଉରକେଲାର ତ୍ରିନାଥ ଓରାମଙ୍କ ୩ ବର୍ଷର ଝିଅ ଜାହ୍ନବୀ ବାଲ୍ୟାବସ୍ଥାରୁ ରୋଗରେ ପୀଡ଼ିତ ଥିଲେ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇବାରୁ ଜାହ୍ନବୀ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲା । ଚିକିତ୍ସା ପାଇଁ ଭୁବନେଶ୍ବର କିମ୍ସ ହସପିଟାଲରେ ଭର୍ତ୍ତି କରିଥିଲା ବାପା-ମା’ ।
ହେଲେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ସାହାଯ୍ୟ କରିବାକୁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଖବର ପାଇ ଓଡ଼ିଶା ମୋ ପରିବାର ପକ୍ଷରୁ ବିଜୁ ସ୍ବାସଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ଏପରିକି ଜାହ୍ନବୀର ଚିକିତ୍ସା ସମ୍ପର୍କରେ ନିୟମତି ଭାବେ ପଚାରି ବୁଝୁଥିଲା ଓଡ଼ିଶା ମୋ ପରିବାର । ୫ ମାସ ଧରି ଚିକତ୍ସା କରାଯିବା ପରେ ଗତକାଲି ଜାହ୍ନବୀକୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ବିପଦ ସମୟରେ ଓଡ଼ିଶା ମୋ ପରିବାର ସହାୟତାର ହାତ ବଢ଼ାଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଜାହ୍ନବୀଙ୍କ ପରିବାର ଲୋକ ।
Comments are closed.