Latest Odisha News

ନିଯୁକ୍ତି ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜୟପୁର : ଜୟପୁରରେ ମାତିଛନ୍ତି ଠକ ଗ୍ୟାଙ୍ଗ ।୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।ଅଭିଯୁକ୍ତ ସୁବାଷ ଚନ୍ଦ୍ର ଚୈଧୁରୀ ୧୦୦ ଜଣ ଲୋକଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକିନେଇଥିବା ତା ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଅଭିଯୁକ୍ତ ଠାରୁ କମ୍ପ୍ୟୁଟର ,ପ୍ରିଣ୍ଟର,ନକଲି ନିଯୁକ୍ତି କାଗଜପତ୍ର , ଷ୍ଟାମ୍ପ ଆଦି ଜୟପୁର ଟାଉନ ଥାନା ପୋଲିସ ଜବତ କରିଛି ।ସୂଚନା ଅନୁସାରେ ଜୟପୁର ଲିଙ୍ଗରାଜ ନଗରରେ ଏହି ଠକ ଜଣକ ଅଫିସ ଖୋଲି ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲୁଟ୍ କରିଛନ୍ତି । ତେବେ ଏହି ଠକେଇ ର ର।କେଟ ଭୁବନେଶ୍ୱର ଯାଏଁ ଲମ୍ବିଥିବା ପୋଲିସ ବିଶେଷ ସୁତ୍ରରୁ ସୂଚନା ପାଇଛି । ଏନେଇ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛି ପୋଲିସ ।

Comments are closed, but trackbacks and pingbacks are open.